ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ସଟଡାଉନ୍ ସମୟରେ କାହାକୁ ମିଳିଛି ଅନୁମତି….

ଭୁବନଶ୍ବର: ରାଜ୍ଯର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆସନ୍ତାକାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ସଟଡାଉନ ସମୟରେ  କାହାକୁ ମିଳିଛି ଅନୁମତି ଜାଣନ୍ତୁ….

୧-ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

୨- ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

୩-ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

୪- ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

୫- ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

୬- ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

୭- ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

୮- ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

୯- କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

୧୦- ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

୧୧- ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

୧୨- ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

୧୩- ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

୧୪- ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

୧୫- କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

୧୬-ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

୧୭-   ସକାଳ ୫ଟାରୁ ୬ଟା  ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ ପାଇଁ  କୋହଳ

Leave A Reply

Your email address will not be published.