ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ସିଜେନ ଯୋଗାଣ ପାଇଁ ନବୀନଙ୍କ ସ୍ବତନ୍ତ୍ର ରଣକୌଶଳ

ରାଉରକେଲା: ଦେଶର ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଉଥିବା ବେଳେ। ଓଡ଼ିଶା ତାର ବଳକା ଅକ୍ସିଜେନ ବିଭିନ୍ନ ରାଜ୍ଯ ମାନଙ୍କୁ ପଠାଇବାରେ ଲାଗିଛି। ଏହି ମହାମାରୀ ସ୍ଥିତରେ ଓଡ଼ିଶା ଅକ୍ସିଜେନ ସଞ୍ଜୀବନୀ ବଣ୍ଟିବାରେ ଲାଗିଛି। ଅଣନିଶ୍ବାସୀ ରାଜ୍ଯଗୁଡିକୁ ନିଶ୍ବାସ ଯୋଗାଇ ଦେଉଛନ୍ତି ନବୀନ ସରକାର। ସବୁବେଳେ ବିପର୍ଯ୍ଯୟ ମୁକାବିଲା ଦିଗରେ ଓଡ଼ିଶା ଆଗରେ ଥିବ ବେଳେ ଏବେ ମହାମାରୀ ସମୟରେ ଉଦାହରଣ ସୃଷ୍ଟି କରିଛି। ଅକ୍ସିଜେନ ଯୋଗାଇଦେବା ପାଇଁ ନବୀନ ସରକାର ସ୍ବତନ୍ତ୍ର ରଣକୌଶଳ ଆପଣାଇଛନ୍ତି।

ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।

ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।

ସେପଟେ ବାୟୁସେନାର ଲଢୁଆ ବିମାନର ଅକ୍ସିଜେନ ଗ୍ୟାସ ପରିବହନ ହେବ। ଓଡ଼ିଶାକୁ ବାୟୁସେନାର ଦୁଇଟି ସି-୧୭ ଲଢୁଆ ବିମାନ  ତେଲେଙ୍ଗାନା ପଠାଇଛି। ଦିଲ୍ଲୀ , ମହାରାଷ୍ଟ୍ର ପରେ ଏବେ ତେଲେଙ୍ଗାନାକୁ ଅକ୍ସିଜେନ ପଠାଇବ ଓଡ଼ିଶା।

Leave A Reply

Your email address will not be published.