ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୀରମହାରାଜପୁର ସୁବଳୟାରେ ଭିଜିଲାନ୍ସ ଚଢାଉ; ତହସିଲ ସୁପରଭାଇଜର ଓ ଅବସରପ୍ରାପ୍ତ ଆରଆଇ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟାରେ ଭିଜିଲାନ୍ସ ଚଢାଉରେ ବୀରମହାରାଜପୁର ତହସିଲ ସୁପରଭାଇଜର ଓ ସୁବଳୟା ଅବସରପ୍ରାପ୍ତ ଆର.ଆଇ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି। ହାଇଟେକ ସେଟଲମେଣ୍ଟରେ ମାଁ ନାଁରେ ଥିବା ଜମିକୁ ପୁଅ ଥବିର ମେହରେଙ୍କ ନାମରେ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ ଓ ଏଥିରେ ଜଣେ ଅବସରପ୍ରାପ୍ତ ଆର ଆଇ ବାବାଜି ଚରଣ ସାହୁଙ୍କୁ ଟଙ୍କା ନେଣଦେଣରେ ମାଧ୍ୟମ କରିଥିଲେ। ଫଳରେ ସୁବର୍ଣ୍ଣପୁର ଭିଜିଲାନ୍ସର ଏକ ଦଳ ବାବାଜୀ ଚରଣ ସାହୁଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରି ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତ ନବେନ୍ଦ୍ର ବୋଲି ଜାଣି ତାଙ୍କୁ ଗିରଫ କରିଛନ୍ତି ଓ ନବେନ୍ଦ୍ରଙ୍କୁ ଗିରଫ କରି ସୁବର୍ଣ୍ଣପୁରନଭିଜିଲାନ୍ସ କାର୍ଯ୍ଯାଳୟରେ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

Leave A Reply

Your email address will not be published.