ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାନିଲା ଚୀନ, ଗଲୱାନ ସଙ୍ଘର୍ଷରେ ମରିଛନ୍ତି ଚୀନ ସୈନ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଗତ ବର୍ଷ ମେ ମାସ ଆରମ୍ଭରୁ ସଙ୍ଘର୍ଷ ଜାରି ରହିଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି।  ଏହିମଧ୍ଯରେ ଚୀନ୍ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ, ଗଲୱାନ ଉପତ୍ୟକାରେ ରକ୍ତାକ୍ତ ଗୁଳି ବିନିମୟରେ ତାଙ୍କ ସୈନିକମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ନିହତ ହୋଇଥିବା ତାଙ୍କର ୫ଜଣ ସୈନିକଙ୍କ ବିଷୟରେ ଡ୍ରାଗନ୍ ସୂଚନା ଦେଇଛି। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ସୈନିକ ନିହତ ହୋଇଥିବା ମଧ୍ଯ ଚୀନ କହିଛି।

ଚାଇନାର କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର କେନ୍ଦ୍ରୀୟ ସାମରିକ ଆୟୋଗ କରାକୋରାମ ପର୍ବତରେ ଅବସ୍ଥାପିତ ପାଞ୍ଚ ଜଣ ଚୀନ୍ ସୈନିକଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେମାନଙ୍କୁ ଜିନଜିଆନ୍ ମିଲିଟାରୀ କମାଣ୍ଡର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ରେଜିମେଣ୍ଟାଲ୍ କମାଣ୍ଡର, କି ଫାବାଓ, ଚେନ୍ ହଙ୍ଗୁନ୍, ଜିଆଙ୍ଗୋଙ୍ଗ, ଜିଆଓ ସିଆନ୍ ଏବଂ ୱାଙ୍ଗ ଜୁଆରାନ୍ ନାମରେ ନାମିତ କରାଯାଇଛି। ତେବେ, ଗାଲଭାନ ଉପତ୍ୟକାରେ ନିହତ ହୋଇଥିବା ଚୀନ ସେମାନଙ୍କ ସୈନିକଙ୍କ ସଂଖ୍ୟା କମ ଦର୍ଶାଇଛି ।

ନିକଟରେ ଭାରତୀୟ ସେନାର ଉତ୍ତର କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଜୋଶୀ କହିଛନ୍ତି ଯେ, ଗଲୱାନ ଉପତ୍ୟକାର ସଂଘର୍ଷ ପରେ ୫୦ ଜଣ ଚୀନ୍ ସୈନିକଙ୍କୁ ଗାଡିରେ ନିଆଯାଇଥିଲା। ଚାଇନାର ୫୦ଜଣ ସୈନିକଙ୍କ ଗାଡିରେ ନେବାର କଥା ସେ କହିଛନ୍ତି। କିନ୍ତୁ ସେମାନେ ଆହତ ହୋଇଛନ୍ତି ନା ମରିଛନ୍ତି ତାହା କହିବା କଷ୍ଟକର।

ଋଷି ନ୍ୟୁଜ୍ ଏଜେନ୍ସି ଟିଏଏସଏସ ସୂଚନା ମୁତାବାକ, ଚୀନର ୪୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଆକଳନ କରିଛି। ସୂଚନା ଅନୁଯାୟୀ, ଗତ ବର୍ଷ ଜୁନ୍ ମାସରେ ଗାଲଭାନ୍ ଉପତ୍ୟକାରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ। ଏଥିସହିତ ବହୁ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ ମଧ୍ୟ ଏହା ବିଷୟରେ କୌଣସି ସରକାରୀ ତଥ୍ୟ ଚୀନ ସରକାର ପ୍ରକାଶ କରି ନ ଥିଲେ।

Leave A Reply

Your email address will not be published.