ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷକୁ ଆମେରିକାର କଡ଼ା ଭର୍ତ୍ସନା: ରୁଷ୍ ପାଇଁ ବନ୍ଦ ହେଲା ଆମେରିକାର ବାୟୁସୀମା

ଓ୍ୱାଶିଂଟନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି । ଅର୍ଥାତ ଆମେରିକା ଆକାଶରେ ରୁଷର କୌଣସି ବିମାନକୁ ଉଡ଼ିବାକୁ ଦିଆଯିବ ନାହିଁ । ଆମେରିକାର ମିଳିତ କଂଗ୍ରେସକୁ ସମ୍ବୋଧନ ବେଳେ ଏଭଳି ଘୋଷଣା କରିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣକୁ କଡ଼ା ଭର୍ତ୍ସନା କରିଛନ୍ତି । ବାଇଡେନ୍ କହିଛନ୍ତି, ରୁଷ ଉପରେ ହୋଇଥିବା ଆକ୍ରମଣ ଗଣତନ୍ତ୍ର ଉପରେ ଏକଛତ୍ରବାଦର ଆକ୍ରମଣ । ସେହିପରି ରୁଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳକୁ ବନ୍ଦ ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ରୁଷର ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ୍ ସହ ଆମେରିକା ରହିଛି ବୋଲି ବାଇଡେନ୍ କହିଛନ୍ତି । ୟୁକ୍ରେନ ସହ ଆମେରିକା ପ୍ରାଚୀର ଭଳି ଠିଆ ହେବ । ରୁଷିଆ ଯୁଦ୍ଧ କରି କିଛି ଫାଇଦା ପାଇପାରେ । କିନ୍ତୁ ଦୀର୍ଘ ମିଆଦି ସୂତ୍ରରେ ବହୁ ମୂଲ୍ୟ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Leave A Reply

Your email address will not be published.