ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏପ୍ରିଲ୍‍ ୧୬ରୁ ଜେଇଇ ମେନ୍‍, ଦୁଇ ପର୍ଯ୍ୟାୟରେ ହେବ ପରୀକ୍ଷା

ମାର୍ଚ୍ଚ ୩୧ ଯାଏଁ ଚାଲିବ ପଞ୍ଜୀକରଣ

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଏପ୍ରିଲ୍‍ ୧୬ରୁ ଆରମ୍ଭ ହେବ। ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଓ ମେ ମାସରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷର ଜେଇଇ ମେନ୍‍ ପରୀକ୍ଷା ନେଇ ଏନ୍‍ଟିଏ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜେଇଇ ମେନ୍‍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ୩୧ ତାରିଖରେ ସରିବାକୁ ଥିବାବେଳେ ୩୧ ତାରିଖ ସଂଧ୍ୟା ୫ଟା ମଧ୍ୟରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପାରିବେ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ୍‍ ୧୭ରୁ ଆରମ୍ଭ ହୋଇ ୨୧ରେ ସରିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୨୪ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଦୈନିକ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିବ। ସେହିପରି ସିଟିଂ ପରୀକ୍ଷା ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। ସିବିଟି ମୋଡରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସମେତ ମୋଟ୍‍ ୧୩ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଉପଲବ୍ଧ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ତଥ୍ୟ www.jeemain.nta.nic.in ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ଦର୍ଶାଇଛି।

Leave A Reply

Your email address will not be published.