ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ମନ୍ତ୍ରୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : କୁହାଯାଏ ଯେ ଧରାପୃଷ୍ଠରେ ଭଗବାନଙ୍କ ରୂପରେ ଡାକ୍ତର ରହୁନ୍ତି। ଯିଏ ଆମର ଜୀବନକୁ ବଞ୍ଚାଇଥାନ୍ତି। ଆଉ ଏହାକୁ ସତ୍ୟବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କରାଡ। ବାସ୍ତବରେ, ସୋମବାର କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କରାଡ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ପଛରେ ଥିବା ସିଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ବିମାନର କ୍ରୁ ସଦସ୍ୟମାନେ ଅସୁସ୍ଥଯାତ୍ରୀଙ୍କର ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏହି ସମୟରେ ମନ୍ତ୍ରୀ ସମୟ ନଷ୍ଟ ନକରି ଉକ୍ତ ଯାତ୍ରୀଙ୍କ ପାଖକୁ ଯାଇ ତାଙ୍କର ଚିକିତ୍ସା କରିଥିଲେ ଏବଂ ତାଙ୍କ ଜୀବନ ରକ୍ଷା କରିଥିଲେ।


ଏହି ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି ,’ମୋର ସହକର୍ମୀଙ୍କ ଦ୍ୱାରା କରାଯାଇଥିବା ଏହା ଅତ୍ୟନ୍ତ ଚମତ୍କାର କାର୍ଯ୍ୟ ।’ ବିମାନ ଉଡ଼ାଣ ସମୟରେ ଅସୁସ୍ଥ ହୋଇପଡିଥିବା ଯାତ୍ରୀଙ୍କୁ କରାଡେ ସାହାଯ୍ୟ କରିଥିବାରୁ ଅତ୍ୟନ୍ତ ଧନ୍ୟବାଦ।’


ଅନ୍ୟପଟେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଶାଂସା କରାଯାଇଛି। ଟ୍ୱିଟ୍ କରି ଇଣ୍ଡିଗୋ ଏୟାରଲାଇନ୍ସ  କୃତଜ୍ଞତା ଜଣାଇବା ସହ କହିଛି ଯେ ‘ଆମେ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ। ଆପଣ ନିଜର କର୍ତ୍ତବ୍ୟ ବିଷୟରେ ସର୍ବଦା ଅବଗତ ଥିବାରୁ ଆମେ କେନ୍ଦ୍ର ମନ୍ତ୍ରୀଙ୍କୁ ଆନ୍ତରିକତାର ସହ ପ୍ରଶଂସା କରୁଛୁ। ଡକ୍ଟର ଭାଗବତ କରାଡ ଜଣେ ସାଥୀ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ସ୍ବେଚ୍ଛାକୃତ ସମର୍ଥନ ଅତ୍ୟନ୍ତ ପ୍ରେରଣାଦାୟକ।


ଇଣ୍ଡିଗୋର ଦିଲ୍ଲୀ-ମୁମ୍ବାଇ ବିମାନ ଉଡ଼ାଣ ସମୟରେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଶିଶୁରୋଗ ବିଶେଷଜ୍ଞ ମନ୍ତ୍ରୀ କରାଡ ଯାତ୍ରୀଙ୍କୁ ପ୍ରଥମ ସହାୟତା ପ୍ରଦାନ କରିଥିଲେ।  କେନ୍ଦ୍ର ଅର୍ଥମନ୍ତ୍ରୀ କରାଡଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରକ୍ତଚାପ ହେତୁ ଯାତ୍ରୀ ମୁଣ୍ଡ ବୁଲାଇବାରୁ ସେ ଅସୁସ୍ଥ ହୋଇପଡିଥିଲେ। ଏହା ପରେ କରାଡ ଯାତ୍ରୀଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ଯାହା ପଛରେ ସେ ସୁସ୍ଥ ଅନୁଭବ କରିଥିଲେ।

ସୂଚନା ଥାଉକି, ଡକ୍ଟର ଭାଗବତ କରାଡ ମହାରାଷ୍ଟ୍ରର ଜଣେ ସାଂସଦ। ସେ ଜୁଲାଇ ୨୦୨୧ରେ ମୋଦୀ ସରକାରରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଭାବରେ ସାମିଲ ହୋଇଥିଲେ।

Leave A Reply

Your email address will not be published.