ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରକାପ୍ତା କାତି ଉଦ୍ଧାର, ୨ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ ହୋଇ ଉଠିଛନ୍ତି। ବଜ୍ରକାପ୍ତାକୁ ମାରି ତାର ଚମଡା, କାତି ବିକ୍ରୟ ବେଳେ ଚାଲାଣ ବେଳେ ବନ ବିଭାଗ ହାତରେ ଧରପଡିଛନ୍ତି ଦୁଇ ଅଭିଯୁକ୍ତ। ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ଧଳାପଥର ଛକ ନିକଟରେ ଏହି ଦୁର୍ବୃତ୍ତମାନେ ବଜରକାପ୍ତାକୁ ଧରି ତାକୁ ଚାଲାଣ କରିବାକୁ ମୁଲଚାଳ କରୁଥିବା ସମୟରେ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରପଡିଛନ୍ତି। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ତିନି କେଜି ଓଜନର ବଜରକାପ୍ତା କାତି ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛଇ। ଏହି ଚାଲାଣ କରି ପଛରେ କେଉଁ ମାନଙ୍କ ହାତ ରହିଛି ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସହକାରୀ ବନସରଂକ୍ଷକ ଅସିତ ମିଶ୍ର ସୂଚନା ଦେଉଛନ୍ତି।

Leave A Reply

Your email address will not be published.