ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖେଳୁଥିବା ବେଳେ ବାଣ ଫୁଟି ୩ ନାବାଳିକା ଗୁରୁତର

ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ତ୍ରିକୋଣ ଗାଁରେ ସୋମବାର ଅଭାବନୀୟ ଘଟିଯାଇଛି। ବାଣ ଫୁଟି ୩ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଏହି ୩ ନାବାଳିକାଙ୍କ ମଧ୍ୟରୁ ୨ ଭଉଣୀ ଥିବା ସୂଚନା ମିଳିଛି। ଗୁରୁତରମାନେ ହେଲେ ଦେବତା ଗଢିଆ ଘର ଅଞ୍ଚଳର ସବିତା ମୁର୍ମୁ (୯) , ପୂଜା ହାଁସଦା (୧୦), ବାସନ୍ତି ହାଁସଦା (୮) ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲା ବନ୍ତ ବ୍ଲକ ତ୍ରିକୋଣ ଗାଁର ଦେବତା ଗଢିଆ ଘର ଅଞ୍ଚଳର ସବିତା, ପୂଜା ଓ ବାସନ୍ତୀ ଖେଳୁଥିଲେ। ଏକ ପ୍ଲାଷ୍ଟିକ ବ୍ୟାଗରେ ସୁତୁଲୀ ବାଣ ରହିଥିଲା। ପିଲାମାନେ ଖେଳିବା ବେଳେ ବାଣ ଫୁଟିଲା । ଏଥିରେ ୩ ଜଣ ଶିଶୁ ଗୁରୁତର ହୋଇଥିଲେ। ଗୁରୁତଙ୍କୁ ଅବସ୍ଥାରେ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଘଟଣ ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପହଞ୍ଚି ତନାଘନା ଚଳାଇଛି।

Leave A Reply

Your email address will not be published.