ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୬ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାକୁ ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ୧୬ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ମେଳା ଉଦଘାଟନ ଉତ୍ସବରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ହସ୍ତତନ୍ତ ବିଭାଗ ସଚିବ ସୁଭ୍ରା ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ‘ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’  ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୧୦ରିଖ ପର୍ଯ୍ଯନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏହି ମେଳା ଆୟୋଜନ ନିମନ୍ତେ ୨.୬୦ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳ କରିଛନ୍ତି।

ବୁଣାକାର ଏବଂ ହସ୍ତଶିଳ୍ପ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ୱୀ କରିବା, ରାଜ୍ୟରେ କାର୍ୟ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‍ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନ ପ୍ରଦାନର ସୁଯୋଗ ସୃଷ୍ଟି କରିବା, ଭାରତୀୟ ପରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଏବଂ ବୁଣାକାର ମାନଙ୍କ ସାମଗ୍ରୀର ପ୍ରସ୍ତୁତ କୌଶଳ ଏବଂ ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି ମେଳାର ଲକ୍ଷ୍ୟ ବୋଲି ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପଦ୍ୱିନୀ ଦିଆନ୍‍ ସୂଚନା ଦେଇଥିଲେ।

କୋଭିଡ-୧୯ ପ୍ରତିବନ୍ଧକ ଯୋର୍ଗୁଁ କାରିଗର, ବୁଣାକାରମାନେ ସେମାନଙ୍କର ଉତ୍ପାଦର ବିକ୍ରି ପାଇଁ ବହୁତ ଅସୁବିଧାର ସମ୍ମୁ୍‍ୀନ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜାରି କରିଥିବା କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡ଼ା ନଜରରେ ରଖି ଉତ୍ପାଦର ମାର୍କେଟିଂ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ୍‍ କହିଥିଲେ।

ଚଳିତ ବର୍ଷ ମେଳାର ‘ଥିମ୍‍ ପାଭଲିଅନ୍‍’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ। ଏଥର ମେଳାରେ ୩୯୦ ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ ସ୍ଥାନୀତ ହୋଇଛି। ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ୱିଲ୍‍ ଚେୟାର, ନିର୍ଦ୍ଦିଷ୍ଟ ପାର୍କିଂସ୍ଥାନ ଏବଂ ଦିବ୍ୟାଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପରିଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ ଡେକ୍ସ ବ୍ୟବସ୍ଥା କରାଯାଇଛି। ସର୍ବୋପରି ମା’ ଓ ଶିଶୁଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଶିଶୁ ଯତ୍ନ ଗୃହ ପରିକଳ୍ପନା କରାଯାଇଛି। ମେଳା ପରିସରରେ ସମସ୍ତ ଲଜିଷ୍ଟିକ ବନ୍ଦୋବସ୍ତ ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ଏଟିଏମ୍‍ କାଉଣ୍ଟର, କାରିଗରମାନଙ୍କ ମାଗଣା ରହଣି ତଥା ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ହ୍ୱିଲ ଚେୟାର ଇଦ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହି ମେଳା ପ୍ରତିଦିନ ଦିନ ୩ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଖୋଲା ରହିବ। ଏଥର ମେଳାରେ ୧୫ଲକ୍ଷ ଜନସମାବେଶ ସହିତ ୧୫୦୦କୋଟି ଟଙ୍କାର ସାମଗ୍ରୀ ବିକ୍ରିର ଲକ୍ଷ୍ୟ ରଖାଯାଇଥିବା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଶାସନସଚିବ ଶୁଭାଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବିଭାଗୀୟ ସ୍ୱତନ୍ତ୍ର ସଚିବ ସରୋଜ କୁମାର ପଟେଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.