ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧିରେ ପୁରିଉଠିଥାଏ ଘର

ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –

  • ଧାତୁରେ ତିଆରି କଇଁଚ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବ। ଯଦି ମିଶ୍ରିତଧାତୁର କଇଁଚ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।

  • ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।

  • ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ନକାରାତ୍ମକତା ଦୂର କରିବା ସହିତ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।

  • ମୟୂର ପର ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ କିଣିଆଣନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହେବ।

  • ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣନ୍ତୁ। ଏହାକୁ ଆଣି ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।

Leave A Reply

Your email address will not be published.