ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୋଲି ପରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି ହୋଲି ପରେ କରିବେ ସୁପ୍ରିମକୋର୍ଟ । ବହୁଚର୍ଚ୍ଚିତ ହିଜାବ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏହାର ଶୁଣାଣି ହୋଲି ଛୁଟି ପରେ ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି । ଏଥିସହ କୋର୍ଟର ବରିଷ୍ଠ ଓକିଲ ସଞ୍ଜୟ ହେଗଡ଼େ ମାମଲାର ଶୀଘ୍ର ଶୁଣାଣି ପାଇଁ କରିଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି । ହେଗଡ଼େ ଆବେଦନ କରିଥିଲେ ଯେ ଏହି ମାମଲାର ଶୁଣାଣି ସୋମବାର କରାଯାଉ । ହେଲେ ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲା ହୋଲି ଛୁଟି ପରେ ଶୁଣାଣି ହେବ ।

ଏହାସହ ଜଡ଼ିତ ଯାଚିକା ଉପରେ ବିଚାର କରାଯିବ । ହିଜାବ ବିବାଦକୁ ନେଇ ହାଇକୋର୍ଟରେ ରାୟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ଏବେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ । କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ । ଏବଂ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ । ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ କର୍ଣ୍ଣାଟକର ଉଦୁପି ଜିଲ୍ଲାର ଦୁଇ ଜଣ ଝିଅ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ସମେତ ଅନେକ ଛାତ୍ରୀମାନେ ମଧ୍ୟ ମଙ୍ଗଳବାର ଦିନ ଏକ ଆବେଦନ କରିଛନ୍ତି । ଏହି ଆବେଦନଗୁଡିକରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି । ଏଥିରେ କୁହାଯାଇଛି ସମ୍ବିଧାନର ଧାରା ୨୫ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ସ୍ୱତନ୍ତ୍ରତା ଅଧିକାର ଉଲ୍ଲଂଘନ କରୁଛି । ତେଣୁ ମୁସଲମାନ ଝିଅଙ୍କୁ ସ୍କୁଲ କଲେଜରେ ହିଜାବ ପିନ୍ଧିବା ପାଇଁ ମନା ଉତିଚ ନୁହେଁ ।

Leave A Reply

Your email address will not be published.