ମୋଦୀ ଜୀ କୁହନ୍ତୁ, ଆପଣ କେତେ ଦିନ ମଧ୍ୟରେ କାଶ୍ମୀର ପଣ୍ଡିତ ମାନଙ୍କୁ ଫେରାଇ ଆଣିବେ : କଂଗ୍ରେସ

ନୂଆଦିଲ୍ଲୀ : କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ବିସ୍ଥାପନ ଉପରେ ନିର୍ମିତ ଫିଲ୍ମ ‘କାଶ୍ମୀର ଫାଇଲ’ କ୍ରମାଗତ ଭାବରେ ସାରା ଦେଶରେ ଲୋକଙ୍କ ଆତ୍ମାକୁ ଥରାଇ ଦେଉଛି। ଫିଲ୍ମ ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସାରା ଦେଶରେ ଚଳଚ୍ଚିତ୍ର ଦ୍ୱାରା ସୃଷ୍ଟି ହୋଇଥିବା ପରିବେଶ ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏବଂ କାଶ୍ମୀରର ନେତାଙ୍କ ମଧ୍ୟରେ ଅଶାନ୍ତତା ଦେଖାଦେଇଛି ।

କାଶ୍ମୀର ପଣ୍ଡିତଙ୍କ ହତ୍ୟା ପ୍ରସଙ୍ଗରେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ମଧ୍ୟ ପ୍ରତିକ୍ରିୟା ରଖିଛି। କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜୱାଲା ବୁଧବାର ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ତାଙ୍କର ମତ ପ୍ରକାଶ କରିଛନ୍ତି। ସୁରଜୱାଲାକହିଛନ୍ତି, ‘ହିନ୍ଦୁସ୍ତାନ ଚଳଚ୍ଚିତ୍ର ରେ ଚାଲେ ନାହିଁ। ସରକାରଙ୍କ ଶାସନ ଏବଂ ନୀତି ଦ୍ୱାରା ଭାରତ ଚାଲିବ। କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଉପରେ କଂଗ୍ରେସ ସରକାର ସହ ଜଡିତ ପ୍ରଶ୍ନ ଉପରେ ସୁରଜୱାଲା ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି, ଚଳଚ୍ଚିତ୍ର ଦେଖିବା ଏବଂ ଦେଖାଇବା, ଘୃଣା ଏବଂ ବିଭାଜନ ଦ୍ୱାରା ଏବଂ ଘୃଣାଭାବରେ ଜୀବନ ଚାଲେ ନାହିଁ।

କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାରେ କଂଗ୍ରେସର ଭୂମିକାକୁ ସୁରଜୱାଲା ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ କାଶ୍ମୀରୀ ପଣ୍ଡିତମାନେ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିଲେ। ସେତେବେଳେ କେନ୍ଦ୍ରରେ ଭିପି ସିଂଙ୍କ ସରକାର ଥିଲା, ଯାହା ବିଜେପିର ୮୫ ସାଂସଦଙ୍କ ସମର୍ଥନରେ ପରିଚାଳିତ ହେଉଥିଲା। ସେହି ସମୟ ମଧ୍ୟରେ ପ୍ରାୟ ୧.୫ ଲକ୍ଷ କାଶ୍ମୀରୀ ପଣ୍ଡିତ ଏବଂ ଶିଖ୍ ସ୍ଥାନାନ୍ତର ହୋଇଥିଲେ। ଏହା ସତ୍ତ୍ୱେ ବିଜେପି  ଭିପି ସିଂଙ୍କ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନଥିଲା।

କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜୱାଲା ଆହୁରି ମଧ୍ୟ କହିଛନ୍ତି ଯେ, କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ସମୟରେ ବିଜେପି ସହ ଜଡିତ ଜଗମୋହନଙ୍କୁ ରାଜ୍ୟପାଳ ଭାବରେ ପଠାଯାଇଥିଲା। କାଶ୍ମୀରୀ ପଣ୍ଡିତମାନଙ୍କୁ କିଏ କହିଥିଲେ ଯେ ସେମାନେ ନିଜ ଜୀବନ ରକ୍ଷା କରିପାରିବେ ନାହିଁ। ସେହି ସମୟରେ  କାଶ୍ମୀର ପଣ୍ଡିତମାନଙ୍କୁ ବଞ୍ଚାଇବା ପରିବର୍ତ୍ତେ ଲାଲ କୃଷ୍ଣ ଆଡଭାନୀ ତାଙ୍କ ରଥ ପରିଚାଳକ ନରେନ୍ଦ୍ର ମୋଦୀଙ୍କ ସହ ଏକ ସାମ୍ପ୍ରଦାୟିକ ଯାତ୍ରା ଜାରି ରଖିଥିଲେ।ସେହି ସମୟରେ ଦେଶରେ ଯଦି କିଏ କାଶ୍ମୀରୀ ପଣ୍ଡିତଙ୍କ ପାଇଁ ସ୍ବର ଉତ୍ତ୍ବେଳନ କରିଥିଲା ତେବେ ସେ କଂଗ୍ରେସ ଏବଂ ରାଜୀବ ଗାନ୍ଧୀ ଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସଂସଦରେ ଘେରି ରହି ସରକାରଙ୍କୁ ଜାଗ୍ରତ ହେବାକୁ ଏବଂ କିଛି କରିବାକୁ କହିଥିଲେ। ଏହା ପରେ ବିଜେପି ଭିପି ସିଂ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନେଲା।

ରଣଦୀପ ସୁରଜୱାଲା ଦାବି କରିଛନ୍ତି ଯେ  ‘ୟୁପିଏ ସରକାର କାଶ୍ମୀରୀ ପଣ୍ଡିତଙ୍କ ପାଇଁ ଏକ ପ୍ୟାକେଜ ଆଣି ୩ ହଜାର କାଶ୍ମୀରୀ ପଣ୍ଡିତଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କ ଶାସନ କାଳରେ, ୧୦ ବର୍ଷରେ ୨୦୪୧  ଆତଙ୍କବାଦୀ ନିପାତ ହୋଇଥିଲେ। ବର୍ତ୍ତମାନ ମୋଦୀଙ୍କ ଶାସନ କାଳରେ କେତେ ଆତଙ୍କବାଦୀ ନିପାତ ହୋଇଛନ୍ତି ତାହା  ମୋଦି ସରକାର କହିବା ଉଚିତ୍। କାଶ୍ମୀରୀ ପଣ୍ଡିତମାନେ କେବେ ପୁଃନ ଥଇଥାନ ହେବେ ତାହା ମଧ୍ୟ ମୋଦୀ ଜୀ କହିବା ଉଚିତ୍। ଆମକୁ ସଠିକ୍ ତାରିଖ କୁହନ୍ତୁ କେବେ ସୁଦ୍ଧା କାଶ୍ମୀରୀ ପଣ୍ଡିତମାନେ ପୁଣି ଫେଣିବେ ବୋଲି କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି।

Leave a comment