ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୭-୦୩-୨୦୨୨ )

ମେଷ: ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ସନ୍ତାନସନ୍ତତି ଉନ୍ନତି କରିବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ।

ବୃଷ: କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଚାକିରିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀମାନେ ସଫଳ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: କର୍ମକ୍ଷେତ୍ରରେ ଉତ୍ତେଜନା ପରିସ୍ଥତି ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ସ୍ଥାନାନ୍ତର ହୋଇପାରେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀମାନେ ଅସ୍ଥିର ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ଧଳା।

ଏଥିସହିତ ପଢ଼ନ୍ତୁ

ସିଂହ: ଅନ୍ୟର ସହଯୋଗ ପାଇ ଆଗେଇବେ। ରାଜନୀତିରେ ଖ୍ୟାତି ବଢ଼ିବ। ମହିଳାମାନେ ଆଦରଣୀୟା ହେବେ। ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ- ପିଙ୍କ୍‌।

କନ୍ୟା: କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ। ଚାକିରିରେ ଚାପ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: ସ୍ବପ୍ନ ସାକାର ହେବ। ସାଂସାରିକ ସୁଖସମ୍ମାନ, ସମୃଦ୍ଧି ପ୍ରାପ୍ତି ହେବ। ରାଜନୀତିରେ ଧନ ସମ୍ମାନ ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- କଳା।

ବିଛା: ବଡ଼ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ସକ୍ରିୟ ଭୂମିକା ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍‌।

ଧନୁ: ବାରମ୍ବାର ଚେଷ୍ଟା କରି ସଫଳତା ପାଇବେ। ମହିଳାମାନେ ଧର୍ମ ପରାୟଣା ହେବେ। ରାଜନୀତିରେ ଜନସେବାର ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀମାନେ ସଫଳ ହେବେ। ଶୁଭ ଅଙ୍କ- ୨ ,ଶୁଭ ରଙ୍ଗ- ଧଳା।

ମକର: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ସମସ୍ୟା ଘେରରେ ରହିବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍‌।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

ମୀନ: ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ- ମେରୁନ୍‌।

Leave A Reply

Your email address will not be published.