ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚର୍ଚ୍ଚାରେ ଟେକ୍ନୋ କିଙ୍ଗ ‘ଏଲନ୍‌ ମସ୍କ’

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମାଲିକ ଏଲନ୍ ମସ୍କ ଚଳିତବର୍ଷ ଜୁଲାଇ ୩୦ରେ ଟ୍ୱିଟରର ନାମ ‘ଏକ୍ସ’କୁ ପରିବର୍ତ୍ତନ କରିଥିଲେ। ସମସ୍ତ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ଗୁଡିକରେ ମଧ୍ୟ ଏହା ବଦଳିଯାଇଥିଲା। ‘ଏକ୍ସ’ର ନୂତନ ନୀତି ଘୋଷଣା କରାଯାଇଥିଲା। ଟ୍ବିଟର ମୁଖୀଆ ଦାୟିତ୍ୱ ଗ୍ରହଣ କରିବା ମସ୍କ ଏକ୍ସରେ କ୍ରମାଗତ ଭାବେ କିଛି ନା କିଛି ପରିବର୍ତ୍ତନ କରିଥିଲେ। ଟୁଇଟରର ନାମ, ଲୋଗୋ, ସିଇଓ ଏବଂ ବହୁ କର୍ମଚାରୀଙ୍କୁ ସେ ହଟାଇଦେଇଥିଲେ। ଏହା କହି ମସ୍କ ବର୍ଷ ତମାମ୍‌ ଚର୍ଚ୍ଚାରେ ରଖୀଥିଲେ। ଚଳିତବର୍ଷ ଫେବୃଆରୀରେ ପେଡ୍‌ ସବ୍‌ସ୍କ୍ରିପ୍‌ସନ୍‌ ବ୍ୟବସ୍ଥା ଆଣିଥିଲେ। ଏଥିରେ ସମସ୍ତ ଯାଞ୍ଚ ହୋଇଥିବା ଆକାଉଣ୍ଟରେ ବ୍ଲୁ ବା ନୀଳ ଟିକ୍ ରହୁଥିଲା।

ପ୍ରତି ମାସରେ ୟୁଜରଙ୍କୁ ୮ ଡଲାର ଚାର୍ଜ ଦେବାକୁ ପଡିବ। ମେ’ ମାସରେ ମସ୍କ ହଠାତ୍ ଟ୍ୱିଟରର ସିଇଓ ପଦ ଛାଡିବା ବିଷୟ ଘୋଷଣା କରିଥିଲେ। ଏକ ଟୁଇଟ୍ ମାଧ୍ୟମରେ ମସ୍କ ସିଇଓ ପଦ ଛାଡି ଲିଣ୍ଡା ୟାକାରିନୋଙ୍କୁ ଏକ୍ସର ନୂଆ ସିଇଓ ପଦରେ ବସାଇଥିଲେ। ପଞ୍ଜୀକୃତ ହୋଇ ନ ଥିବା ବ୍ୟବହାରକାରୀଙ୍କୁ ଟ୍ୱିଟରରେ ବ୍ଲକ୍‌ କରାଯାଇଥିଲା। ଟ୍ୱିଟରରୁ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) ପାରାଗ ଅଗ୍ରୱାଲ୍‌ଙ୍କୁ ହଠାତ୍‌ ବିଦା କରିବା ମସ୍କଙ୍କ୍ୁ ବେଶ ଚର୍ଚ୍ଚାରେ ରଖୀଥିଲା। ସେ ଅଗ୍ରୱାଲଙ୍କ ସମେତ କମ୍ପାନୀର ଆଇନ ବ୍ୟାପାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଗାଡେ ଓ ଅନ୍ୟ ଚାରିଜଣ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ପରେ ମସ୍କ ତାଙ୍କୁ ଆନୁମାନିକ ୪୨ ନିୟୁତ ଡଲାର୍ (୩୪୫ କୋଟିରୁ ଅଧିକ ଟଙ୍କା) କ୍ଷତିପୂରଣ ଆକାରରେ ପ୍ରଦାନ କରିବେ।

Leave A Reply

Your email address will not be published.