ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଗୁଲ୍‌ ଟପ୍‌-୧୦ ସର୍ଚ୍ଚ ଲିଷ୍ଟରେ ଓଡ଼ିଶା ରେଳ ଦୁର୍ଘଟଣା

ବର୍ତ୍ତମାନ ବର୍ଷ ୨୦୨୩ ଶେଷ ହେବାକୁ ଯାଉଛି। ଚଳିତବର୍ଷ ଭାରତ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ରହିଥିଲା। କେତକ କ୍ଷେତ୍ରରେ ଭାରତ ମଧ୍ୟ ଏହାର ଶ୍ରେଷ୍ଠତ୍ବ ପ୍ରଦର୍ଶନ ଜରିଆରେ ବିଶ୍ବର ଅନ୍ୟ ଦେଶଗୁଡିକର ଦୃଷ୍ଟି ଆକର୍ଷଣ କରିଛି। ଚନ୍ଦ୍ରାୟଣ-୩ ଐତିହାସିକ ଅବତରଣ ହେଉ କିମ୍ବା ଜି-୨୦ ଆୟୋଜନ ହେଉ ସବୁଥିରେ ଭାରତ ସଫଳତାର ଶୀର୍ଷ ଛଇଁଛି।

ଏହି ସବୁ ଘଟଣା ସମଗ୍ର ବିଶ୍ବରେ ଭାରତ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାରତରେ କ୍ରିକେଟ୍‌ର ଲୋକପ୍ରିୟତା କାହାଠାରୁ ଅଛପା ନୁହେଁ। ଗୁଗୁଲ୍‌ରେ ଚଳିତବର୍ଷ ବିଶ୍ୱକପ୍ ସର୍ଚ୍ଚ ଦୃଷ୍ଟିରୁ ନୂତନ ରେକର୍ଡ ଛୁଇଁଛି। ଗୁଗୁଲ୍‌ ଦ୍ବାରା ଶେୟାର କରାଯାଇଥିବା ସୂଚନାରେ ଚଳିତବର୍ଷ ଭାରତର ଲୋକମାନେ କ’ଣ ସବୁ ସର୍ବାଧିକ ସର୍ଚ୍ଚ ଖୋଜିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଗୁଗୁଲ୍‌ ଟପ୍‌ ଟେନ୍‌ ସର୍ଚ୍ଚ ଲିଷ୍ଟରେ ସ୍ଥାନ ପାଇଛି।

ଗୁଗୁଲ୍‌ ଭାରତରେ ୨୦୨୩ର ଟପ୍ ଟ୍ରେଣ୍ଡିଂ ସର୍ଚ୍ଚକୁ ୧୨ବର୍ଗରେ ରୂପାନ୍ତର କରିଛି। ତେବେ ସମସ୍ତ ବର୍ଗରେ ଶ୍ରେଷ୍ଠ -୧୦ରେ ଚନ୍ଦ୍ରଯାନ -୩ ରହିଛି। ଚନ୍ଦ୍ରଯାନ-୩ ଅବତରଣ କରିବା ଏକ ଐତିହାସିକ ମୁହୂର୍ତ୍ତ। ଏହା କେବଳ ପ୍ରତ୍ୟେକ ଭାରତୀୟଙ୍କୁ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଗର୍ବିତ କରିଥିଲା। ଭାରତ ବ୍ୟତୀତ ସମଗ୍ର ବିଶ୍ୱରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଏ ସମ୍ପର୍କରେ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ। ଏହା ବ୍ୟତୀତ ଜି-୨୦ ହେଉଛି ସର୍ବାଧିକ ସର୍ଚ୍ଚ କରାଯାଇଥିବା ଅନ୍ୟ ଏକ ଖବର ରହିଥିଲା। ଗୁଗୁଲ୍‌ ସାହାଯ୍ୟରେ ଲୋକମାନେ ଜି-୨୦ ବିଷୟରେ ଜାଣିବାକୁ ଚାହିଁଥିଲେ।

ଭାରତ ଚଳିତବର୍ଷ ଜି -୨୦ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ଏଥିରେ ଆମେରିକାର ରାଷ୍ଟ୍ରପତିଙ୍କ ସମେତ ଅଧିକାଂଶ ଦେଶର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ନେଟିଜନ୍ସମାନେ ଗୁଗୁଲ୍‌ରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏବଂ ୟୁନିଫର୍ମ ସିଭିଲ କୋଡ୍‌ ପ୍ରତି ଆଗ୍ରହ ଦେଖାଇ ଏହାକୁ ଅଧିକ ସର୍ଚ୍ଚ କରିଥିଲେ। ତେବେ ମଣିପୁର ହିଂସା ସର୍ଚ୍ଚ ଲିଷ୍ଟର ୯ମ ସ୍ଥାନରେ ରହିଥିଲା।

Leave A Reply

Your email address will not be published.