ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଭୁବନେଶ୍ବର: ନୟାପଲ୍ଲୀ ନୂଆସାହିରେ ଡ୍ରାଇଭର ଶଙ୍କର ମହାରଣାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତଦେହ ରଖି ମାଲିକଙ୍କ ଘର ଆଗରେ ପରିବାର ଲୋକଙ୍କ ଧାରଣା ।

ଅଭିଯୋଗ ଅନୁସାରେ, ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତିରେ ସପରିବାରେ ରହୁଥିଲେ ଶଙ୍କର । ଗତ ବୁଧବାର ଗାଡି ମାଲିକଙ୍କୁ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ । ଶୁକ୍ରବାର ଶଙ୍କର ଫୋନ ନ ଉଠାଇବାରୁ ବଢିଥିଲା ସନ୍ଦେହ । ଗାଡି ମାଲିକ ହତ୍ୟା କରିଥିବା ସନ୍ଦେହରେ ଧାରଣା ଦେଇଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।

ଖବର ଅନୁଯାୟୀ, ଯଶିପୁର ସହକାରୀ ଯନ୍ତ୍ରୀ ସଂଜୀବ ନନ୍ଦଙ୍କ ଗାଡି ଚଲାଉଥିଲେ ଶଙ୍କର। ସଂଜୀବ ଏବଂ ସ୍ଥାନୀୟ ଠିକାଦାର ଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ।  ସଂଜୀବଙ୍କୁ ମାଡ ମାରିବା ବେଳେ ଆଗକୁ ଆସିଥିଲେ ଶଙ୍କର । ହତ୍ଯାର ରହସ୍ୟ ଉନ୍ମୋଚନ ସହ କ୍ଷତିପୂରଣ ଦାବି କରିଛନ୍ତି ଶଙ୍କର ପତ୍ନୀ । ଶଙ୍କର ଘରର ଏକମାତ୍ର ରୋଜଗାରିଆ ଥିଲେ।

Leave A Reply

Your email address will not be published.