ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁ ସିଆଇଏସ୍‌ଏଫ୍ କର୍ମଚାରୀ ପାଇବେ ଘରଭଡ଼ା ଭତ୍ତା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ କ୍ବାର୍ଟର କିମ୍ବା ବାରାକରେ ରହିବା ସୁବିଧା ପାଇନଥିବା ସମସ୍ତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ୍) କର୍ମଚାରୀ ଘରଭଡ଼ା ପାଉଣା(ଆଉସ୍ ରେଣ୍ଟ ଆଲାଉନ୍ସ ବା ଏଚଆରଏ) ପାଇବାକୁ ହକଦାର ହେବେ ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୭ର ଏକ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ପରମଶିବନ୍ ଏମ ବନାମ ଭାରତ ସରକାର ମାମଲାରେ ଦିଲ୍ଲୀ ଆଇକୋର୍ଟ ଏହି ରାୟ ଦେଇଥିଲେ ଯାହାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ହାଇକୋର୍ଟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ବରିଷ୍ଠତା ତାଲିକାରେ ପ୍ରଥମ ୪୫% କିମ୍ବା ୫୫% ଅବିବାହିତ କର୍ମଚାରୀଙ୍କ ମଧ୍ୟରେ ରହିନାହାନ୍ତି। ତେଣୁ ସିଆଇଏସଏଫ୍ ରୁଲ୍ସ୨୦୦୧ର ରୁଲ୬୧ ଅନୁଯାୟୀ ତାଙ୍କୁ ଏଚଆରଏ ମିଳିପାରିବ ନାହିଁ। ସରକାରଙ୍କ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ହାଇକୋର୍ଟ ରାୟ ଦେଇଥିଲେ ଯେ ସରକାରୀ ବାସଗୃହ ପାଇନଥିବା ସମସ୍ତ ସିଆଇଏସଏଫ କର୍ମଚାରୀ ଅନ୍ୟ ଅର୍ଦ୍ଦସାମରିକ ବାହିନୀର କର୍ମଚାରୀଙ୍କ ଭଳି ଏଚଆରଏ ପାଇବାକୁ ହକଦାର। ହାଇକୋର୍ଟଙ୍କ ଏହି ରାୟକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କେନ୍ଦ୍ର ସରକାରଙ୍କ ପିଟିସନର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

Leave A Reply

Your email address will not be published.