ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରବିବାର ରାଶିଫଳ (୧୧-୦୪-୨୦୨୧)

ମେଷ:କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ଚଳଚଞ୍ଚଳ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବୃଷ:ଦୀର୍ଘଦିନର କାର୍ଯ୍ୟ ସମାପନ ହେବ। ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ସୁଖସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ଓ ସଞ୍ଚୟ ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମିଥୁନ:ନୂତନ ଯୋଜନା କରି ସଫଳ ହେବେ। ସାଂସାରିକ ସୁଖସମ୍ମାନ ପ୍ରାପ୍ତି ହେବ। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କର୍କଟ:କାର୍ଯ୍ୟ ମନ୍ଥର ଓ ସମସ୍ୟାକୁ ନେଇ ବିଚଳିତ ରହିବେ। ଚାକିରିରେ ଚାପ ରହିବ। ମହିଳାମାନେ କ୍ଳାନ୍ତ ଅନୁଭବ କରିବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ରହିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଏଥିସହିତ ପଢ଼ନ୍ତୁ

ସିଂହ:ଅଯଥା ଝାମେଲାରେ ବୁଡି ରହିବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ମହିଳାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କନ୍ୟା:ଦେହ ଓ ମନ ପ୍ରଫୁଲ୍ଲ ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:ଦୃଢମନୋବଳ ଓ ସଫଳତା ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ଚାକିରିରେ ନିଷ୍ଠାପର ରହିବେ। କଳା,ବିଜ୍ଞାନ ଓ ବାଣିଜ୍ୟ ଲାଭଜନକ ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ଦେହ ଓ ମନ ଭଲ ରହିବ ନାହିଁ। ସାଂସାରିକ ସନ୍ତାନମାନଙ୍କ ଚିନ୍ତା ରହିବ। ଚାକିରିରେ ଅସହଯୋଗ ରହିବ। ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଧନୁ:କର୍ମକ୍ଷେତ୍ରରେ ସୁସ୍ଥତା ବୋଧ ମନେ ହେବ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଉତ୍ତେଜନା ସ୍ଥିତି ରହିବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

ମକର:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ସ୍ବାଧୀନତା ଭିତରେ ସମୟ କାଟିବେ। ବାଣିଜ୍ୟରେ ମନମୁତାବକ ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ:ଆର୍ଥିକ ଚିନ୍ତା ରହିବ। ଚାକିରିରେ ଅସହଯୋଗ ଦେଖାଦେବ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ବିଦ୍ୟାର୍ଥୀ ଅନ୍ୟମନସ୍କ ରହିବେ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମୀନ:ଦେହ ସୁସ୍ଥ ରହିବ। ପ୍ରଚାର କାର୍ଯ୍ୟରେ ସଫଳ ହେବେ। ଦାମ୍ପତ୍ୟ ସୁଖମୟ ହେବ। ପ୍ରଶାସନିକ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ସନ୍ତୋଷଜନକ ରହିବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.