ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା, ଘରମାଲିକ ଦେଲେ ଚାଞ୍ଚଲ୍ଯ କର ବୟାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ।  ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ । ତାଙ୍କ ଘର କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜାଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ନୂଆପଲ୍ଲୀ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ତେବେ ଯୁତୀ ରହୁଥିବା ଭଡ଼ା ଘରର ମାଲିକ ଏ ନେଇ ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯୁବତୀ ଜଣକୁ କିଛି ମାସ ହେଲା ଜଣେ ଯୁବକ ହଇରାଣ କରୁଥିଲେ। ଯୁବତୀଙ୍କୁ ତାଙ୍କ ସହ ବିବାହ କରିବାକୁ କହୁଥିଲେ।

Leave A Reply

Your email address will not be published.