ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛାତ୍ରୀଙ୍କ ବ୍ୟାଗ ଓ ମୋବାଇଲ ଝାମ୍ପିନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ସାଇକେଲରେ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କ ମୋବାଇଲ ଆଉ ବ୍ୟାଗ ଝାମ୍ପି ନେଇଛନ୍ତି କେତେଜଣ ଦୁର୍ବୃତ୍ତ। କେନ୍ଦ୍ରାପଡା ଟାଉନ ଥାନା ଅଧିନ ଚାଟରାପାଟଣା ଗ୍ରାମର ଗୋବିନ୍ଦଜୀୟୁ ମନ୍ଦିର ନିକଟରେ ଛାତ୍ରୀଙ୍କ ଠାରୁ ବ୍ୟାଗ ସହ ମୋବାଇଲ ଝାମ୍ପି ନେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ୧୦ଟା ସମୟରେ ସ୍ଥାନୀୟ ବିଲ ବଳରାମପୁର ଗ୍ରାମର ପ୍ରମୋଦ କୁମାର ସାମଲଙ୍କ ଝିଅ ଯାଜ୍ଞସେନୀ ସାମଲ ନୂଆ ବସଷ୍ଟାଣ୍ଡରେ ଥିବା ଆକାଶ ଇନଷ୍ଟିଚ୍ୟୁଟରେ ପଢିବାକୁ ଯାଉଥିଲେ । ସାଇକେଲ ବାସକେଟରେ ମୋବାଇଲ ଓ ବ୍ୟାଗ ରଖିଥିବା ବେଳେ ତାଙ୍କ ବ୍ୟାଗ ଓ ମୋବାଇଲକୁ ହଠାତ୍ ଜଣେ ଦୁର୍ବୃତ୍ତ ପହଞ୍ଚି ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ଛାତ୍ରୀଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.