ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୪୫ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ : ମଙ୍ଗଳବାର ଆଇପିଏଲର ୩୯ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୪୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୪୫ ରନର ଆବଶ୍ଯକତା ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟଲର୍ ( ୮) ରନ୍‌ , ଦେବଦତ୍ତ ପାଡିକଲ ( ୭) ରନ୍ , ସଞ୍ଜୁ ସାମସନ୍ ( ୨୭) ରନ, ରବିଚନ୍ଦ୍ରନ୍ ଅଶ୍ୱିନ (୧୭ ) ରନ , ଡାରିଲ୍ ମିଚେଲ୍ (  ୧୬) ରନ କରି ଆଉଟ ହୋଇଥିଲେ । ସିମରନ ହେଟମାୟର ମଧ୍ଯ ଆଜି ଫେଲ ମିରିଥିଲେ। ୭ ବଲରେ ୩ ରନ କରି ହେଟମାୟର ଆଉଟ ହୋଇଥିଲେ। ପ୍ରସିଦ୍ଧ କୃଷ୍ଣ ୫ ବଲରେ ୨ ରନ କରି ରନଆଉଟ୍ ହୋଇଥିଲେ। ରିୟାନ୍ ପରାଗ ଗୋଟିଏ ପଟେ ଇଂନିସକୁ ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ। ୩୧ ବଲରେ ୫୬ ରନ କରି ରିୟାନ୍ ଅପରାଜିତ ରହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୱାନିନ୍ଦୁ ହସରଙ୍ଗା, ଜୋଶ ହେଜଲେଉଡ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ  ଅକ୍ତିଆର କରିଥିଲେ।

Leave A Reply

Your email address will not be published.