ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହର ୩ ମାସରେ ପତ୍ନୀଙ୍କୁ ଛାଡିଲେ, ରାସ୍ତାରେ ମାଡ଼ମାରି ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ

ଶୁଣିଲାନି ଥାନା, ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା: ନିରୀହ ଯୁବତୀଙ୍କ ଭାବନା ସହ ଖେଳି ବିବାହର ମାତ୍ର ୩ ମାସରେ ଘରୁ ବିଦା କରିଦେଲେ। ବିଦା ହେବା ପରେ ଯୁବତୀ ଜଣଙ୍କ ପାଠ ପଢିବା ପାଇଁ ଏକ ମେସରେ ରହୁଥିଲେ । ରାସ୍ତାରେ ଯିବାଆସିବା କରିବା ସମୟରେ ତାଙ୍କୁ ଅନୁକରଣ କରି ନିଜ ସ୍ୱାମୀ ଏବଂ ତାଙ୍କର କେତେଜଣ ସହଯୋଗୀ ସୁନା ଗହଣା ଆଉ ଟଙ୍କା ଲୁଟ କରିଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ନିରୀହ ଗରିବ ଘରର ଝିଅକୁ ପାଠ ପଢିବାକୁ ଯାଉଥିବା ରାସ୍ତାରେ ଅଟକାଇ ପ୍ରେମ ଭିକ୍ଷା କରୁଥିଲେ। ପ୍ରେମ ପରେ ବିବାହ କଲେ । ହେଲେ ୩ ମାସ କାଳ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶେଷରେ ଘରୁ ତଡିଦେଲେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଗଡ଼ା ତୁଣୁପୁର ଗ୍ରାମର ଦେବସ୍ମିତା ବରାଳଙ୍କ ସହିତ। ହେଲେ ସେ ଜୀବନ ନ ହାରି ଜୀବନରେ କିଛି କରିବାକୁ ପାଠ ପଢିବାକୁ ଆଗେଇ ଆସିଥିଲେ। ହେଲେ ଗତ ୧୬ ତାରିଖ ଦୁହୁରିଆ ନିକଟରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରି ସୁନା ଚେନ, ମଙ୍ଗଳ ସୂତ୍ର , ଲକେଟ, ଶଙ୍ଖା, ମୋବାଇଲ ଆଉ ପର୍ସରେ ଥିବା ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଦେବସ୍ମିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କର୍ଣ୍ଣପାତ କରିନଥିଲା । ଆଜି ପରିବାର ସହ ଦେବସ୍ମିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.