ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଜିନିଷ ଉପରେ ରୋକ ଲଗାଇବା ପାଇଁ ଅନୁଗୁଳ ଜିଲ୍ଲା ପୌର ପ୍ରଶାସନର ଦୃଢ ପଦକ୍ଷେପ: ଟ୍ରେଡ଼ ମାର୍କ ନଥିଲେ ଦୋକାନ ହେବ ସିଲ, ବେପାରୀ ଗଣିବେ ତଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ନକଲି ଜିନିଷର ବ୍ୟବସାୟ ବିନା କାଗଜ ପତ୍ରରେ ଯେଉଁଠି ପାରି ସେଇଠି ଦୋକାନ ଖୋଲି କରାଯାଉ ଥିବା ବ୍ୟବସାୟ ଉପରେ ଲାଗିବ ରୋକ । ବହୁ ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୌର ଅଧିକାରୀଙ୍କ ଖୋଲିଲା ଆଖି । ବ୍ୟବସାୟ ପାଇଁ ପୌର ପ୍ରଶାସନ ପକ୍ଷରୁ ହେଲା କଡ଼ା ନିୟମ । ଛୋଟ ବ୍ୟବସାୟୀ ଠାରୁ ନେଇ ବଡ଼ ପର୍ଯ୍ଯନ୍ତ ବେପାର କରିବା ପାଇଁ ସମସ୍ତଙ୍କୁ କରିବାକୁ ପଡ଼ିବ ଟ୍ରେଡ୍ ଲାଇସେନ୍ସ । ସେଥିରେ ଖିଲାପ ହେଲେ ଦୋକାନ ହେବ ସିଲ୍ ଏବଂ ଦୋକାନୀ ଗଣିବେ ତଣ୍ଡ । ଅନୁଗୁଳ ବଜାରର ପ୍ରତିଟି ଦୋକାନୀଙ୍କୁଏ ପ୍ରକାର ଚେତାଇ ଦେଇଛି ଅନୁଗୁଳ ପୋୖର ପରିଷଦ । ବେପାର କରିବା ପୂର୍ବରୁ ଟ୍ରେଡ୍ ଲାଇସେନ୍ସକୁଏକ ପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ କେବେ ବି ଟ୍ରେଡ୍ ଲାଇସେନ୍ସ କରିନଥିବାବହୁ ଦୋକାନିଙ୍କ ମଧ୍ୟରେ ଏଥିନେଇ ଏବେ ପଡ଼ିଛି ଭାଳେଣୀ । କାର୍ଯ୍ଯାନୁଷ୍ଠାନ ଭୟରେ ଏବେଟ୍ରେଡ୍ ଲାଇସେନ୍ସ ଆବେଦନ ପାଇଁ ଲାଗିଛି ଲମ୍ବା ଲାଇନ ।

ସୁଚନା ଅନୁଯାୟୀ, ଅନୁଗୁଳ ସହରରେ ପୌର ପ୍ରଶାସନର ପ୍ରାୟ ୭୮୦ଟି ଦୋକାନ ଘର ରହିଛି । ପୌର ପ୍ରଶାସନର ଘର ଗୁଡିକୁ ଛାଡ଼ିଦେଲେ ସହରରେ ହଜାର ହଜାର ସଂଖ୍ୟାରେ ଛୋଟରୁ ବଡ଼ ପର୍ଯ୍ଯନ୍ତ ଦୋକାନ ଗଢ଼ି ଉଠିଛି । ସେଥି ମଧ୍ୟରୁ ଅନେକଙ୍କର ଟ୍ରେଡ୍ ଲାଇସେନ୍ସ ନଥିବା ଜଣା ଯାଉଛି । ଟ୍ରେଡ଼ ଲାଇସେନ୍ସ ନଥିବା ଯୋଗୁଁ ଦୋକାନୀ ମାନଙ୍କ ବେପାରରୁ ପୌର ପ୍ରଶାସନ କୁ କୌଣସି ପ୍ରକାର ଲାଭ ମିଳିପାରୁନାହିଁ । ଏପରିକି ପୌର ପ୍ରଶାସନର ଦୋକାନ ଘରେ ବେପାର କରୁଥିବା ଅନେକ ଦୋକାନୀ ମଧ୍ୟ ଟ୍ରେଡ୍ ଲାଇସେନ୍ସ ପାଇଁ ଆଗ୍ରହୀ ନ ଥିବା ଜାଣିବାକୁ ମିଳିଛି । ଅପରପକ୍ଷେ ଭିନ୍ନ ଭିନ୍ନଟ୍ରେଡ୍ ପାଇଁ ଭିନ୍ନ ଭିନ୍ନ ଦର ମଧ୍ୟ ଧାର୍ଯ୍ଯ ହୋଇଛି। ପ୍ରତିବର୍ଷ ଏହାର ନବୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ପ୍ରାୟତଃ ଏ ନିୟମକୁ ପୌର ପରିଷଦ ପକ୍ଷରୁ ଏତେଟା କଡ଼ାକଡ଼ି କରାଯାଉନଥିବା ବେଳେ ଦୋକାନି ମାନେ ମଧ୍ୟ ଏହାକୁ ଅବହେଳା କରୁଥିଲେ । କିନ୍ତୁ ଏବେ ପୌର ପ୍ରଶାସନ ଏ ଟ୍ରେଡ୍ ଲାଇସେନ୍ସକୁ କଡ଼ାକଡ଼ି କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଛି । ଡାକବାଜି ଯନ୍ତ୍ର ଯୋଗେ ଏନେଇଦୋକାନିଙ୍କୁ ପୌର ପ୍ରଶାସନ ସତର୍କ ମଧ୍ୟ କରାଇଛି ।

ଅନଲାଇନ୍ ତଥ୍ୟ ମୁତାବକ, ଆଜି ସୁଦ୍ଧା ପୌରପାଳିକାର ୨୯୪୫ଜଣ ଦୋକାନୀ ଟ୍ରେଡ଼ ଲାଇସେନ୍ସ ପାଇଁ ଆବେଦନ କରିସାରିଲେଣି । ସେଥିରୁ୨୬୧୯ ଜଣଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ ଆହୁରି ଅନେକ ଦୋକାନି ବାକି ଅଛନ୍ତି । ବେପାରୀମାନେ ସୁବିଧାରେ ଏ ଲାଇସେନ୍ସପାଇବାପାଇଁ ଆମେ ଅନଲାଇରେ ଆବେଦନ ବ୍ୟବସ୍ଥା କରିଛୁ ନଚେତ୍ ଆସନ୍ତା ସପ୍ତାହରୁ ବିଭିନ୍ନ ବଜାରରେ ଆମେ ଟ୍ରେଡ଼ ଲାଇସେନ୍ସ କ୍ୟାମ୍ପ ଆୟୋଜନ କରିବୁ ତଥାପି, ଯଦି କେହି ଲାଇସେନ୍ସ ନ କରି ବେପାର କରନ୍ତି ତେବେ ସମ୍ପୃକ୍ତ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ ବୋଲି ଶ୍ରୀ ମଲ୍ଲିକ ସ୍ପସ୍ତୋକ୍ତି ପ୍ରଦାନ କରିଛନ୍ତି । ଏହି ନିଷ୍ପତିକୁ ବ୍ୟବସାୟୀ ମାନେ କେତେ ମାତ୍ରାରେ ସ୍ୱାଗତ କରିବେ ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.