ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ, ଝାରପଡ଼ା ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମର ଛାନଭିନ୍

ଭୁବନେଶ୍ୱର: ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ । ଝାରପଡା ଜେଲରେ କମିସନରେଟ ପୋଲିସର ଅଚାନକ ଚଢ଼ାଉ । କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଜେଲର ପ୍ରତ୍ୟେକ ସେଲରେ କରୁଛି ଛାନଭିନ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଜେଲ ଭିତରେ ଗ୍ୟଙ୍ଗୱାର ପରେ କମିସନରେଟ ପୋଲିସ ପକ୍ଷରୁ ଏହି ରେଡ । ନିଶା ଓ ମୋବାଇଲ ଭିତରକୁ ପ୍ରବେଶ ନେଇ ଥିଲା ସୂଚନା । ଚଢାଉ ବେଳେ ଝାରପଡା ଜେଲରୁ ଗଞ୍ଜେଇ, ଅଫିମ ଓ ଖଇନି ମିଳିଛି। ଏତେ ଧରପଗଡ଼ ସତ୍ତ୍ୱେ ମଧ୍ୟ ନିଶା ଦ୍ରବ୍ୟ କିଭଳି ଭିତରକୁ ପଶିଲା ସେ ନେଇ ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ।

Leave A Reply

Your email address will not be published.