ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଗତ ଦଶନ୍ଧିରେ ମିଳିଥିବା କେତେକ ପ୍ରମୁଖ ସମ୍ମାନ

ଭୁବନେଶ୍ବର : ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କୁ ସ୍ବାଗତ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଛି।ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି।

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯିବ । ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିଛନ୍ତି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଉଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟିତ୍ୱକୁ କାନ୍ଧରେ ବୋହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି ରାଜନୀତିରେ ୨୫ ବର୍ଷର ବିରଳ ଯାତ୍ରା। ଓଡ଼ିଶାକୁ ଦେଶର ସବୁଠୁ ଆର୍ଥିକ ସ୍ୱଚ୍ଛଳ ଓ ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ଦୀର୍ଘ ସାଧନା ଓଡ଼ିଶାରେ ଆଣିଛି ରୂପାନ୍ତରଣ। ଦୀର୍ଘ ୨୫ ବର୍ଷର ରାଜନୈତିକ ଯାତ୍ରାରେ ରାଜନୀତି, ସରକାର, କ୍ଷମତାର ସଂଜ୍ଞାକୁ ଭିନ୍ନ ଭାବରେ ପ୍ରଦର୍ଶିତ କରିଛନ୍ତି ସେ। ପରିଣତିସ୍ୱରୂପ ଏକ ସମୟରେ ନକାରାତ୍ମକ ରାଜକୋଷୀୟ ସ୍ଥିତିରୁ ମୁକୁଳି ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ଭୋକର ଭୂଗୋଳ କଳାହାଣ୍ଡିକୁ ନେଇ ଚର୍ଚ୍ଚାରେ ଥିବା ଓଡ଼ିଶା ସମ୍ପ୍ରତି ଦେଶର ଅନ୍ୟତମ ବୃହତ୍ତମ ଖାଦ୍ୟ ଉତ୍ପାଦନକାରୀ ରାଜ୍ୟ ପାଲଟିଛି। ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି। ଦେଶର ତୃତୀୟ ବୃହତ୍‍ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମ୍ମାନଜନକ ପୁରସ୍କାର ମିଳିବାରେ ଲାଗିଛି। ବିଗତ ଦିନରେ ମିଳିଥିବା କିଛି ସମ୍ମାନ …

୧.କ୍ୟାପିଟାଲ ଫାଉଣ୍ଡେସନ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ-୨୦୨୨

ଜନସେବାରେ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜଡିତ ଥିବାରୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଏହି ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଛି। ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

୨. ହିରୋ ଟୁ ଆନିମଲ୍ ଆୱାର୍ଡ-୨୦୨୦

ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ(ପେଟା) ପକ୍ଷରୁ ୨୦୨୦ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

୩.ସିଏସଆଇ-ଇ-ରତ୍ନ ଆୱାର୍ଡ ୨୦୨୦

କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ(ସିଏସଆଇ) ପକ୍ଷରୁ ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିବର୍ଷ ଅନୁଷ୍ଠାନର ୫୩ ତମ ସିଏସଆଇ ଆନୁଆଲ କନଭେନସନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

୪.ଏଫଆଇଏଚ୍ ପ୍ରେସିଡେଣ୍ଟ ଆୱାର୍ଡ-୨୦୧୮

୪୬ତମ ଏଫଆଇଏଚ କଂଗ୍ରେସରେ ହକି ପ୍ରତି ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଏଫଆଇଏଚ୍ ପ୍ରେସିଡେଣ୍ଟ ଆୱାର୍ଡ-୨୦୧୮ ପ୍ରଦାନ କରାଯାଇଥିଲା। ଭାରତୀୟ ହକି ଦୁଃସମୟ ଦେଇ ଗତି କରୁଥିବା ବେଳେ ଓଡ଼ିଶା ପ୍ରଥମେ ୫ ଏବଂ ପରେ ଆଉ ୧୦ ବର୍ଷ ପାଇଁ ଜାତୀୟ ହକି ଦଳର ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା। ୨୦୧୮ରେ ସଫଳ ଭାବେ ପୁରୁଷ ବିଶ୍ୱକପ୍ ଆୟୋଜନ ହେବା ପରେ ୨୦୨୩ରେ ମଧ୍ୟ ଓଡ଼ିଶା ବିଶ୍ୱକପ୍ ଆୟୋଜନ ନେଇ ଅନୁମତି ପାଇଛି।

୫. ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ-୨୦୧୮

ଭାରତ ବର୍ଷରେ ଶ୍ରେଷ୍ଠ ତଥା ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୧୮ରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଥିଲେ। ଭାରତୀୟ ଛାତ୍ର ସଂସଦର ୮ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେ ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

୬. ଶ୍ରେଷ୍ଠ ପ୍ରଶାସକ ସମ୍ମାନ-୨୦୧୭

ଜାତୀୟ ସ୍ତରର ଅଗ୍ରଣୀ ମାଗାଜିନ୍ ଆଉଟଲୁକ୍ ଇଣ୍ଡିଆ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ମାନକୁ ଆଉଟଲୁକ୍ ଇଣ୍ଡିଆ ସ୍ପିକ୍ ଆଉଟ୍ ଆୱାର୍ଡ-୨୦୧୭ କୁହାଯାଇଥାଏ।

 

୭.ଜାତିସଂଘ ପୁରସ୍କାର-୨୦୧୩

୧୯୯୯ ବିପର୍ଯ୍ୟୟ ପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଡୋରୀ ଧରିଥିଲେ। ମାତ୍ର ଦଶନ୍ଧିରେ ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଶ୍ରେଷ୍ଠ ମଡେଲ ଭାବେ ଶ୍ରୀ ପଟ୍ଟନାୟକ ପରିଣତ କରିଥିଲେ। ଏଥିପାଇଁ ତାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଥିଲା। ମାତ୍ର ଜାତିସଂଘ ପକ୍ଷରୁ ୨୦୧୩ରେ ରାଜ୍ୟ ସଚିବାଳୟରେ ପ୍ରଦାନ କରାଯାଇଥିବା ଏହି ପୁରସ୍କାର ସ୍ୱତନ୍ତ୍ର ରହିଥିଲା।

Leave A Reply

Your email address will not be published.