ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ ସିଂହ ହେଲେ ବିଏମସିର ନୂଆ କମିଶନର, ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ଏବେ ତାଙ୍କ ସ୍ଥାନରେସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି।

ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ ବିଏମସି କମିଶନର ତଥା ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟି (ବିଡିଏ)ର ଭାଇସ୍ ଚେୟାରମ୍ୟାନ୍ (ଅତିରିକ୍ତ) ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲି.ର ସିଇଓ ଦାୟିତ୍ୱରେ ଥିଲେ । ହେଲେ ଏବେ ତାଙ୍କୁ ସାଧାରଣ ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି।

ସଞ୍ଜୟ କୁମାର ସିଂ ନୂଆ ବିଏମସି କମିଶନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ନେବେ । ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଷ୍ଣୁପଦ ସେଠୀ ।

କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । PKDA ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ କୁମାର।

ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି ।  IPICOLର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି ହେମନ୍ତ ଶର୍ମା ।

Leave A Reply

Your email address will not be published.