ବୈପାରୀଗୁଡା ରେ ବାଘ ଆତଙ୍କ

ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳୁଛି ତେବେ ସ୍ଥାନୀୟ ଅଞ୍ଚଳ ରେ ଏବେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେବେ ତାହା ବାଘ ର ପାଦ ଚି଼ହ୍ନ ନା ଅନ୍ୟ ପଶୁର ତାହା ସ୍ପଷ୍ଟ ହୋଇପାରୁନି ତେବେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ପରେ ବାଘ ର ଅସ୍ତିତ୍ୱ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି