ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ସଫଳତା: ମମତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ମନୋଜ ତିୱାରୀ

କଲକାତା: ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ। କ୍ରିକେଟରେ ସଫଳତା ପାଇବା ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ। ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ ପାଇ ମନୋଜ ତିୱାରୀ ଶିବପୁର ଆସନରୁ ହାୱଡାର ପୂର୍ବତନ ମେୟର ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲଢିଥିଲେ ମନୋଜ ।  ଲୋକଙ୍କ ମନ ଜିଣିବା ସହ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର। ଆଉ ତାଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ମମତା ବାନାର୍ଜୀ । ରାଜଭବନରେ ରାଜ୍ୟପାଳ ଜଗଦୀପ ଧନକଡ ମନୋଜ ତିୱାରୀଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି।

Leave A Reply

Your email address will not be published.