ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ରାମାୟଣ’ ପାଇଁ ରଣବୀରଙ୍କ ଲୁକ୍‌ ଟେଷ୍ଟ

ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଅଭିନୀତ‘ ଆନିମଲ୍‌’ ବକ୍ସ ଅଫିସ୍‌ରେ ଆୟ ମାମଲାରେ ନୂଆ ଇତିହାସ ରଚିଛି। ଏହି ଫିଲ୍ମ ହିଟ୍‌ ହେବା ପରଠାରୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଛନ୍ତି ରଣବୀର। ନୀତେଶ ତିୱାରୀଙ୍କ ବିଗ୍‌ ବଜେଟ୍‌ର ଫିଲ୍ମ ‘ରାମାୟଣ’ରେ ମଧ୍ୟ ସେ ରାମ ଭୂମିକାରେ ଦେଖାଯିବେ। ତେବେ ଫିଲ୍ମରେ ତାଙ୍କର ଲୁକ୍‌ କିପରି ହେବ, ସେନେଇ ଏକ ଖବର ଆସିଛି। ଏଯାବତ୍‌ ଫିଲ୍ମର ସବୁ କଳାକାର ଫାଇନାଲ ହୋଇନାହାନ୍ତି। ଏବେ ବି ଅନେକ କଳାକାରଙ୍କ ଏଣ୍ଟ୍ରି ହେଉଛି। ଇତିମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ରାଜା ଦଶରଥଙ୍କ ଭୂମିକାରେ ସେ ଦେଖାଯାଇ ପାରନ୍ତି। ଏଥିରେ ରକୁଲ୍‌ ପ୍ରୀତ ସିଂହଙ୍କୁ ଏକ ରୋଲ୍‌ ଅଫର୍‌ ହୋଇଥିବା କଥା କୁହାଯାଉଛି।

ତେବେ ‘ରାମାୟଣ’ରେ ରାମ ଭୂମିକା ପାଇଁ ରଣବୀର ଏକ ଲୁକ୍‌ ଟେଷ୍ଟ ଦେଇଥିବା ଜଣାପଡ଼ିଛି। ‘ରାମାୟଣ’ରେ ତାଙ୍କ ଲୁକ୍‌କୁ ଅତିସାଧାରଣ କରାଯିବା ପାଇଁ େଚଷ୍ଟା କରାଯାଉଛି। ଏଥିରେ ତାଙ୍କର ମସଲ୍ ଯେମିତି ଦେଖାଯିବ ନାହିଁ, ସେନେଇ କାମ କରାଯାଉଛି। ତେବେ ରଣବୀର ରାମ ଭୂମିକାରେ ଅଭିନୟ କରିବା ପୂର୍ବରୁ ତାଙ୍କର ଫଟୋସୁଟ୍ କରାଯାଇଛି। ସେ ସୁନା ଓ ରତ୍ନଖଚିତ ହାର ପିନ୍ଧିଥିବା ଦେଖାଯାଇଛି। ରଣବୀରଙ୍କ ସହିତ ମାତା ସୀତାଙ୍କ ଭୂମିକା ପାଇଁ ମଧ୍ୟ ନୋ ମେକ୍‌ଅପ୍‌ ଲୁକ୍‌ ରଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥିରେ ସାଇପଲ୍ଲବୀ ସୀତା ଭୂମିକାରେ ଅଭିନୟ କରିବେ। ଅବଶ୍ୟ ଏଯାବତ୍‌ ତାଙ୍କର ଲୁକ୍‌ ଟେଷ୍ଟ ହୋଇନାହିଁ। ତାଙ୍କର ବେଶଭୂଷା ଅତି ସାଧାରଣ ହେବା ସହ ସେ କୌଣସି ଭାରୀ ଗହଣା କିମ୍ବା ଶାଢ଼ି ପିନ୍ଧିବେ ନାହିଁ ବୋଲି କୁହାଯାଉଛି।

Leave A Reply

Your email address will not be published.