ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୁଦ୍ରରେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଗସ୍ତ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଥଙ୍ଗାସେରୀଠାରେ ସମୁଦ୍ରକୁ ଲମ୍ଫ ମାରିଛନ୍ତି। ସେ ଡଙ୍ଗାରୁ ସିଧା ସମୁଦ୍ର ମଧ୍ୟକୁ ଡେଇଁଥିଲେ। ସମୁଦ୍ର ଭିତରେ ଅନ୍ୟ ମତ୍ସ୍ୟବଜୀଙ୍କ ସହ ରାହୁଲ ପ୍ରାୟ ୧୦ ମିନିଟ୍‌ କାଳ ଜଳକ୍ରୀଡ଼ା କରିଥିଲେ। ଗଭୀର ସମୁଦ୍ରରେ ରାହୁଲ ଗାନ୍ଧୀଙ୍କୁ ପହଁରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ମାଛ ଧରାଳି ଉତ୍ସାହିତ ହୋଇଯାଇଥିଲେ। ସେ ମତ୍ସ୍ୟଜୀବଙ୍କ ଜୀବନ ଶୈଳୀକୁ ଅତ ନିକଟରୁ ଜାଣିବା ପାଇଁ ଚାହିଁଥଲେ। ତାଙ୍କ ସମସ୍ୟା ମଧ୍ଯ ପଚାରି ବୁଝିଥିଲେ। କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ସାମିଲ କରିବ ବୋଲି ରାହୁଲ କହିଛନ୍ତି।


ସେ ସମୁଦ୍ର ମଧ୍ୟକୁ ଡେଇଁବା ସମୟରେ ପୋଷାକ ମଧ୍ୟ ବଦଳାଇ ନ ଥିଲେ। ପୂର୍ବଭଳି ଭଳି ସେ ଟି-ଶର୍ଟ ଓ ଖାଖି ଟ୍ରାଉଜର ପିନ୍ଧିଥିଲେ। ପାଣିରେ ଗାଧୋଇବା ପରେ ସେ କୂଳକୁ ଫେରି ନିଜର ପୋଷାକ ବଦଳାଇଥିଲେ। ସମୁଦ୍ର ଭିତରେ ରାହୁଲ ପହଁରୁ ଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

କେରଳ ଗସ୍ତରେ ଥିବା ରାହୁଲ ପ୍ରାୟ ଅଢ଼େଇ ଘଣ୍ଟା କାଳ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାରେ ସମୟ ବିତାଇଥିଲେ। ଏହି ସମୟରେ ମତ୍ସ୍ୟଜୀବୀ ମାନେ ରାନ୍ଧିଥିବା ମାଛ ତରକାରୀ ମଧ୍ୟ ଖାଇଥିଲେ। ଜଣେ କଂଗ୍ରେସ କାର୍ଯ୍ଯକର୍ତ୍ତା କହିଛନ୍ତି, ରାହୁଲ ହଠାତ୍‌ ପାଣିକୁ ଡେଇଁବା ଦେଖି ଆମେ ଆଶ୍ଚର୍ଯ୍ଯ ହୋଇଯାଇଥିଲୁ। ସେ ପାଣିକୁ ଡେଇଁବେ ବୋଲି ଆମକୁ ମଧ୍ୟ ଜଣା ନଥିଲା। ସେ ୧୦ ମିନିଟ୍‌ ପାଣି ଭିତରେ ରହିଥିଲେ। ସେ ପହଁରା ଭଲ ଭାବେ ଜାଣିଛନ୍ତି।

Leave A Reply

Your email address will not be published.