ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋସିଆଲ୍‌ ମିଡିଆ ଉପରେ ଲାଗିଲା କଟକଣା, ଓଟିଟି ପାଇଁ ସେନସର ବୋର୍ଡ

ନୂଆଦିଲ୍ଲୀ :  ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି।

କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୋସିଆଲ ମିଡିଆ ନିର୍ଦ୍ଦେଶାବଳୀ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ  ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକ ଭାରତରେ ବ୍ୟବସାୟ କରିପାରିବେ, କିନ୍ତୁ ଏହାର ଅପବ୍ୟବହାର କରାଯିବା ଉଚିତ ନୁହେଁ। ସୋସିଆଲ ମିଡିଆରୁ ଏଭଳି ଜିନିଷ ଆସୁଛି ଯାହା ସମାଜ ପାଇଁ ବିପଦଜ୍ଜନକ ଅଟେ।

କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆହୁରୀ ମଧ୍ୟ କହିଛନ୍ତି ଯେ  ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍‌ର ବ୍ୟବସ୍ଥା କରାଯିବ। ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ। ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟ ବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ। ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ।

 

ସରକାର ସମାଲୋଚନାକୁ ସ୍ୱାଗତ କରୁଛନ୍ତି। ଆମେ ସୋସିଆଲ ମିଡିଆକୁ ମଜବୁତ କରିବାକୁ ଚାହୁଁଛୁ, କିନ୍ତୁ ଏହାକୁ ଅପବ୍ୟବହାର କରିବାକୁ ଦିଆଯିବ ନାହିଁ। ଲୋକଙ୍କୁ ସମ୍ମାନର ଯତ୍ନ ନେବାକୁ ପଡିବ। ଆମେ ଏହି ଅଭିଯୋଗ ଗ୍ରହଣ କରିଛୁ ଯେ ଏହା ସମାଜରେ ଆତଙ୍କ ଏବଂ ଦୂରତା ବଢ଼ାଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଛି। ମିଥ୍ୟା ଖବରକୁ ପ୍ରୋତ୍ସାହିତ କରିବା, ଆର୍ଥିକ ଠକେଇ ପରି ଘଟଣା ଏଠାରେ ଶୀଘ୍ର ବିସ୍ତାର କରୁଛି ବୋଲି କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।

ଗତ ବର୍ଷରେ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ଅନେକ ବିବାଦ ଉପୁଜିଥିଲା। ଟିଭି ଧାରାବାହିକ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ କରିବା, କିମ୍ବା ଫେକ୍‌ ଭିଡିଓ, ଫଟୋ, ମେସେଜ୍‌ ପ୍ରସାରଣ କରି ଦଙ୍ଗା କରାଇବା କିମ୍ବା କୌଣସି ବିଭ୍ରାନ୍ତିକର ତଥ୍ୟ ମାଧ୍ୟମରେ ବ୍ୟକ୍ତିର ଭାବମୂର୍ତ୍ତିକୁ ନଷ୍ଟ କରିବା ଏହି ପରି ଏନେକ ଆଭିଯୋଗ ଆସୁଛି।

ଓଟିଟି ପ୍ଲାଟଫର୍ମଗୁଡିକ କ୍ଷମା ମାଗିବା, ବିଷୟବସ୍ତୁ ଅପସାରଣ କିମ୍ବା ନୀତି ବଦଳାଇ ଏବେ ମଧ୍ୟ ଚାଲୁଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ। ଏହା ବ୍ୟତୀତ ଟ୍ୱିଟର ବିବାଦକୁ ନେଇ କ୍ରୋଧିତ ହୋଇ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବର୍ତ୍ତମାନ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ଏହା ସମ୍ଭବ ହେବ ଯେ ସରକାର ଜାଣିପାରିବେଯେ, ଯେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଏ ଫେକ୍‌ ମେସେଜ୍‌ ପୋଷ୍ଟ କରୁଛି ଏବଂ କେତେବେଳେ ଏହା କରୁଛି। ଏନେଇ ଅଭିଯୋଗ ଆସିଲେ କେନ୍ଦ୍ର ସରକାର ସଂପୃକ୍ତ ସଂସ୍ଥାକୁ ନୋଟିସ୍ ଫଠାଇବେ । କେନ୍ଦ୍ର ସରକାରଙ୍କ ନୋଟିସର ୭୨ ଘଣ୍ଟା ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଏହା ସହିତ, ବୈଷୟିକ କମ୍ପାନୀଗୁଡିକୁ ଏକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ଏବଂ ଜଣେ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀ ନିୟୋଜିତ କରିବାକୁ ପଡିବ।

ଯଦି କୌଣସି ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରାଯାଇଛି, ଏହାକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ। କମ୍ପାନୀଗୁଡିକ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀଙ୍କୁ ନିୟୋଜିତ କରିବା ଜରୁରୀ। ନିୟମ ପାଳନ କରିବା ପରେ ପ୍ରତି ମାସରେ ରିପୋର୍ଟ ଦେବାକୁ ପଡିବ। ଯେଉଁ ବ୍ୟକ୍ତି ପ୍ରଥମେ ଆପତ୍ତିଜନକ ପୋଷ୍ଟ ରଖିଥିଲେ, ତାଙ୍କର ପରିଚୟ ପ୍ରକାଶ କରିବାକୁ ପଡିବ। ଅର୍ଥାତ୍, ଯେଉଁଠାରେ ଭୁଲ୍ ପୋଷ୍ଟ କରାଯାଇଛି ତାହା ପ୍ରକାଶ କରିବାକୁ ହେବ। ସୋସିଆଲ ମିଡିଆ ପାଇଁ ଏହି ଆଇନ ପ୍ରସ୍ତୁତ କରାଯାଇଛି, ଏହା ତିନି ମାସ ମଧ୍ୟରେ କାର୍ୟ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରବିଶଙ୍କର ପ୍ରସାଦ କହିଛନ୍ତି, ସରକାର ସବୁବେଳେ ଗଠନମୂଳକ ସମାଲୋଚନାକୁ ସହ୍ୟ କରୁଛନ୍ତି। ହେଲେ ସୋଶାଲ ମିଡିଆକୁ ଅପବ୍ୟବହାର କରିବାକୁ ଦିଆଯିବ ନାହିଁ। ସୋସିଆଲ ମିଡିଆରେ ଏମିତି ବିଷୟବସ୍ତୁ ଓ ଛବି ପ୍ରକାଶ କରାଯାଉଛି ଯେ ଯାହା କେବେ ହେଲେ ଗ୍ରହଣୀୟ ନୁହେଁ। ସୋସିଆଲ ମିଡିଆ ଜରିଆରେ ଭାରତ ବାହାରରୁ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ରହିଛି। ହେଲେ ଗଣମାଧ୍ୟମ ମଧ୍ୟ ଉପଯୁକ୍ତ ସଂଯମତା ରଖି କରି ଖବର ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.