ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର!

ଭୁବନେଶ୍ବର : କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ବିଗ୍ ବସ୍ -୧୬କୁ ଅପେକ୍ଷା କରିଛନ୍ତି। ଦୀର୍ଘ ଦିନ ଧରି ସଲମାନଙ୍କ ପ୍ରମୋ ବିଷୟରେ ଆଲୋଚନା ହେଉଥିଲା। ଏହାପରେ ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି। ପୁଣି ଥରେ ସଲମାନ ହୋଷ୍ଟ ଭାବରେ ପରଦାକୁ ଫେରୁଛନ୍ତି ।ବିଗ୍ ବସ୍-୧୬ର ପ୍ରଥମ ପ୍ରୋମୋରେ ସଲମାନ ଏକ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏଥର ଖେଳରେ ବଡ ପରିବର୍ତ୍ତନ କରାଯାଇଛି । ସେୟାର ହୋଇଥିବା ପ୍ରୋମୋ ଭିଡିଓରେ ବହିର ପୃଷ୍ଠାଗୁଡ଼ିକ ଉଡ଼ିବା ବେଳେ ଏବଂ କିଛି ପୁରାତନ ସାମଗ୍ରୀ ରଖାଯାଇଛି। ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ବିଗ୍ ବସ୍ ଘରେ କିଛି ଅଲଗା ଘଟଣା ଘଟିବାକୁ ଯାଉଛି। ଭିଡିଓ ସେୟାର କରି ବିଗ୍ ବସ୍ -୧୬ ର ଟିମ୍ କ୍ୟାପସନରେ ଲେଖିଛନ୍ତି, ‘ଏହି ୧୫ ବର୍ଷରେ ସମସ୍ତେ ନିଜ ନିଜ ଖେଳ ଖେଳିଥିଲେ, କିନ୍ତୁ ବର୍ତ୍ତମାନ ଏହା ବିଗ୍ ବସ୍ ଖେଳିବ ।

ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌ ୧୬ । ଏଥର ଶୋ’ରେ କାହା ଗେମ୍‌ ରହିବ ରୋମାଞ୍ଚପୂର୍ଣ୍ଣ । କେଉଁ ପ୍ରତିଯୋଗୀଙ୍କ ଗେମ୍‌ ଶୋ’ର ଟିଆରପି ବଢାଇବାରେ ସାହାଯ୍ୟ କରିବ । ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବାବେଳେ ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି ଖୋଦ୍‌ ବିଗ୍‌ ବସ୍‌ । ଏଯାଏଁ ପ୍ରତିଯୋଗୀଙ୍କ ନାଁର ଖୁଲାସା କରିନାହାନ୍ତି ବିଗ୍‌ ବସ୍‌ । କିନ୍ତୁ ଅନେକ ବିବାଦୀୟ ସେଲିବ୍ରିଟି ଏଥର ପ୍ରତିଯୋଗୀ ହେବା ନେଇ ଚର୍ଚ୍ଚା ଚାଲିଛି ।

ବିବାଦୀୟ ଶୋ’ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ‘ବେଟି ବିଜନେସ୍‌ ୱାଲି’ରୁ ଲୋକପ୍ରିୟତା ସାଉଣ୍ଟି ଥିବା ପ୍ରକୃତି ହୁଏତ ଏଥର ବିଗ୍‌ ବସ୍‌ ୧୬ ର ପ୍ରତିଯୋଗୀ ହୋଇପାରନ୍ତି । ବିକାଶ ଗୁପ୍ତାଙ୍କ ‘ଏସ୍‌ ଅଫ ସ୍ପେସ୍‌’ ସିଜିନ୍‌ ୨ ରେ ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପ୍ରକୃତି । ଆଧୁନିକ ଗ୍ୟାଜେଟ୍‌ ବିନା ୨୪ ଘଣ୍ଟା କ୍ୟାମେରା ନଜରରେ ରହୁଥିବା ଏହି ଶୋ’ର ଫର୍ମାଟ ବିଗ୍‌ ବସ୍‌ ସହ ସମାନ । ପ୍ରତିଯୋଗୀ ଚୟନ ବେଳେ ବିଗ୍‌ ବସ୍‌ ଚୟନକର୍ତ୍ତା ସମ୍ଭବତଃ ପ୍ରକୃତିଙ୍କ ନାଁରେ ମୋହର ମାରି ପାରନ୍ତି ।

ବିବାଦୀୟ ସେଲିବ୍ରିଟିଙ୍କୁ ଶୋ’ରେ ପ୍ରତିଯୋଗୀ କରି ସର୍ବଦା ଚର୍ଚ୍ଚାରେ ରହିଆସିଛି ବିଗ୍‌ ବସ୍‌ । ନିକଟରେ ଓଲିଉଡ ଅଭିନେତା ବାବୁସାନ୍‌ଙ୍କ ପତ୍ନୀଙ୍କ ସହ ପ୍ରକୃତିଙ୍କ ଗଣ୍ଡଗୋଳ ଭିଡିଓ ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ଅଡୁଆ ବଢି ଯାଇଥିଲା । ଅଭିନେତାଙ୍କ ପତ୍ନୀଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି କେସ୍‌ କରିଥିଲେ ପ୍ରକୃତି । ଯେଉଁଥିପାଇଁ ହୁଏତ ପ୍ରକୃତିଙ୍କୁ ଅଫର୍‌ କରି ପାରନ୍ତି ବିଗ୍‌ ବସ୍‌ । ହେଲେ ଏ ଯାଏଁ ପ୍ରକୃତି କିଛି ସ୍ପଷ୍ଟ କରି ନାହାନ୍ତି ।

ସେପଟେ ମୁନାୱାର ଫାରୁକି, ଶିବିନ ନାରଙ୍ଗ, ମାଦିରକ୍ଷୀ ମୁଣ୍ଡଲ, ମୋହିତ ମଲିକ, ଟିନା ଦତ୍ତାଙ୍କ ଭଳି ଷ୍ଟାର ବିବାଦୀୟ ଶୋ’ର ପ୍ରତିଯୋଗୀ ହୋଇପାରନ୍ତି । ଏଯାଏଁ ବିଗ୍‌ ବସ୍‌ ପକ୍ଷରୁ ଅଧିକାରିକ ଭାବେ କୌଣସି ସୂଚନା ମିଳିନାହିଁ । କେବଳ ଶୋ’ର ପ୍ରମୋ ସେୟାର କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ଯେଉଁ ଭିଡିଓରେ ଶୋ’ର ହୋଷ୍ଟ ସଲମାନ୍‌ ଖାନ କହୁଛନ୍ତି ‘ଇସ୍‌ ବାର୍‌ ବିଗ୍‌ ବସ୍‌ ଖୁଦ୍‌ ଖେଲେଙ୍ଗେ’।

କଲର୍ସ ଚ୍ୟାନେଲର ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ବିଗ୍ ବସ୍ ୧୬’ର ନୂଆ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ‘ବିବି ୧୬’ର ସେଟ୍‌ ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖି କୁହାଯାଇପାରେ ଯେ ଏଥର ପ୍ରତିଯୋଗୀମାନଙ୍କ ଦୁନିଆ ବଦଳିବାକୁ ଯାଉଛି। ଏହି ଭିଡିଓରେ ‘ବିଗ୍ ବସ୍ ୧୬’ର କ୍ୟାମେରା ପଛର ଦୃଶ୍ୟ ଦେଖାଯାଇଛି। ଭିଡିଓ କ୍ୟାମେରାରୁ ଆରମ୍ଭ ହେଉଛି, ଯାହା ‘ବିଗ୍ ବସ୍’ର ଆଖି ପରି ଦିଶୁଛି। ଏହାପରେ ଏକ ସେଟ୍‌ରେ ଅନେକ ଲୋକ ଉପସ୍ଥିତ ଅଛନ୍ତି। ସେଠାରେ ଧୂଳି, ମାଟି ଭରି ହୋଇ ରହିଛି।

ଭିଡିଓରେ ଆହୁରି ଦେଖାଯାଇ ପାରିବ ଯେ ସଲମାନ ଖାନ ଏହି ଧୂଳି, ମାଟି ସ୍ଥାନରେ ଶୁଟିଂ କରୁଛନ୍ତି। ସେଠି କ୍ୟାମେରା ରୋଲିଂ ସହିତ ସେ ନିଜକୁ ଓଲଟପାଲଟ କରୁଛନ୍ତି। ଏହାରି ଭିତରେ ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ତାଙ୍କ ସ୍ୱର ଆସୁଛି ଏବଂ ସେ କହୁଛନ୍ତି କି, ନିୟମ ଏହା ହେଉଛି ଯେ କୌଣସି ନିୟମ ନାହିଁ। ଏବେ ବିଗ୍ ବସ୍‌ର ସମୟ। ସେପଟେ ଏହି ଭିଡିଓର କ୍ୟାପସନ୍ ମଧ୍ୟ ମଜାଳିଆ ରହିଛି। ଭିଡିଓ ସେୟାର କରି ନିର୍ମାତା ଲେଖିଛନ୍ତି, ‘ନୋ ରୁଲ୍ସ ସହିତ, ଏହା ବିଗ୍‌ ବସ୍‌ର ସମୟ’। ସେହିପରି ବିଗ୍‌ ବସ୍‌ର ଆଉ ଏକ ଟିଜର୍‌ରେ ଦବଙ୍ଗ ଖାନ୍‌ କହୁଛନ୍ତି ରୁଲ୍‌ ‘ୟୈ ହୈ କି କୋଇ ରୁଲ୍‌ ନେହିଁ ’।

Leave A Reply

Your email address will not be published.