ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଞ୍ଚ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଗ୍‌‌ ବସ୍‌‌-୧୬ର ବିଜେତା ହେଲେ ରାପର୍‌ ଏମ୍‌ସି ଷ୍ଟାନ୍‌‌

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ‘ବିଗ୍‌‌ ବସ୍‌‌’ ବିଜେତା ହୋଇଛନ୍ତି ରାପର ଏମ୍‌‌ସି ଷ୍ଟାନ୍‌‌। ପାଞ୍ଚ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ର‍୍ୟାପର ଏମ୍‌‌ସି ଷ୍ଟାନ୍‌‌ ବିଗ୍‌‌ବସ୍‌‌ ଶୋଡ଼ଷ ସଂସ୍କରଣର ବିଜେତା ହୋଇଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରିୟଙ୍କ ଚହର ଚୌଧୁରୀ, ଶାଲିନ ଭାନୋତ, ଶିବ ଠାକରେ ଓ ଅର୍ଚ୍ଚନା ଗୌତମଙ୍କୁ ପଛରେ ପକାଇ ଷ୍ଟାନ୍‌‌ ବିଗ୍‌‌ବସ୍‌‌ ବିଜେତା ହୋଇଥିବା ଘୋଷଣା କରାଯାଇଛି। ଶିବ ଠାକ୍‌‌ରେଙ୍କୁ ପ୍ରଥମ ରନର୍ସ ଅପ୍‌‌ ଘୋଷଣା କରାଯାଇଛି। ସେହିପରି ପ୍ରିୟଙ୍କା ଚହର ଦ୍ୱିତୀୟ ରନର୍ସଅପ୍‌‌ ଓ ଅର୍ଚ୍ଚନା ତୃତୀୟ ରନର୍ସଅପ୍‌‌ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦରେ ଷ୍ଟାନ୍‌‌ ୩୧.୮ ଲକ୍ଷ ଟଙ୍କା ପାଇବେ ବୋଲି ବିଗ୍‌‌ବସ୍‌‌ ଉପସ୍ଥାପକ ସଲମନ ଖାଁ ଘୋଷଣା କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ରୋହିତ୍‌‌ ସେଟ୍ଟୀ ଅନ୍ତିମ ଅଧ୍ୟାୟରେ ଉପସ୍ଥିତ ଥିଲେ।
୨୦୨୨ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୭ ଜଣ ପ୍ରତିଯୋଗୀ ରହିଥିଲେ। ସଲମନ ଖାଁଙ୍କ ବ୍ୟତୀତ ଫାର୍‌‌ହା ଖାଁ ଓ କରନ ଜୋହାର ଏଥିରେ ସହ ଉପସ୍ଥାପକ ଭାବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.