ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶପଥରେ ଯୋଡି ହେଲା ସ୍ବାଭିମାନ ଅଞ୍ଚଳ, ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ପୂରଣ ହେଲା ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ମାଲକାନଗିରି ଆକାଶରେ ଉଡ଼ିଲା ବିମାନ। ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ ।  ବିମାନସେବାର ଲୋକାର୍ପଣ ପରେ ଫଟୋ ସୁଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ । ଜିଲ୍ଲାକୁ ବିମାନସେବା ସ୍ବପ୍ନ ଭଳି ଲାଗୁଥିଲେ ବି ରାଜ୍ୟ ସରକାରଙ୍କ ଉଦ୍ୟମରେ ଆକାଶରେ ଉଡ଼ାଣ ଆଶା ପୂରଣ ହୋଇଛି ।

ଏହି ବିମାନ ବନ୍ଦରର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜିଲ୍ଲାର ଗୋବିନ୍ଦପାଲି ଇରୀଗେସନ ପ୍ରକଳ୍ପକୁ ଉଦଘାଟନ କରି ଜିଲ୍ଲାରେ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସପ୍ତଧାରା ଇରିଗେସନ ପ୍ରକଳ୍ପ ପାଇଁ ୩ ହଜାର ୫ସହ କୋଟି ସହ ମାଲକାନଗିରି ଜିଲ୍ଲା ପାଇଁ ମୋଟ ୪୧୮୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଖବର ଅନୁଯାୟୀ, ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ଇନଟୁ ୩୦ ମିଟର ରନଓ୍ବେ ନିର୍ମାଣ ହୋଇଛି । ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି  । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।

Leave A Reply

Your email address will not be published.