ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ସେନାର ପରାକ୍ରମରେ ଚୀନ୍ ଭୟଭୀତ: ପୋଙ୍ଗାଙ୍ଗ ହ୍ରଦରେ ବ୍ରିଜ ବନାଉଛି ପିଏଲଏ

ପେଇଚିଂ: ଭାରତୀୟ ସେନାର ପରାକ୍ରମ ଦେଖି ଚୀନ୍ ଭୟଭୀତ ହୋଇଯାଇଛି। ଏବେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ୍ ନୂଆ ଚାଲ୍ ଚଲାଇଛି। ରିପୋର୍ଟ ଅନୁଯାୟୀ ଚୀନ୍ ସେନା (ପିଏଲଏ) ପୋଙ୍ଗାଙ୍ଗ ସୋ ହ୍ରଦର ନିଜ ଭାଗରେ ବ୍ରିଜ ନିର୍ମାଣ କରୁଛି। ଏହି ବ୍ରିଜ ଦ୍ବାରା ଚୀନ୍ ଖୁବଶୀଘ୍ର ଭାରତୀୟ ସୀମାରେ ପହଞ୍ଚି ଯିବ। ଏବେ ସେଠାରେ ପହଞ୍ଚିବା ପାଇଁ ୨୦୦ କିମି ଲାଗୁଛି। ବ୍ରିଜ ହେବା ପରେ ଏହା ୪୦ରୁ ୫୦ କିମିକୁ ହ୍ରାସ ପାଇବ। ଅର୍ଥାତ୍ ଯେଉଁଠି ପହଞ୍ଚିବା ପାଇଁ ୮ ଘଣ୍ଟା ଲାଗୁଥିଲା, ସେଠି ମାତ୍ର ୨ ଘଣ୍ଟାରେ ପହଞ୍ଚିଯିବ। ଚୀନ୍ ନିଜର ଖୁର୍ନାକ ଅଞ୍ଚଳରେ ଏହି ବ୍ରିଜ ତିଆରି କରୁଛି। ଏହା ପୋଙ୍ଗାଙ୍ଗ ହ୍ରଦର ସବୁଠାରୁ ସନ୍ତସନ୍ତିଆ ଏବଂ ଦୁର୍ଗମ ଅଞ୍ଚଳ। ଉପଗ୍ରହ ଚିତ୍ରରୁ ବ୍ରିଜ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି।

ଭାରତୀୟ ସେନା ୨୦୨୦ ଅଗଷ୍ଟରେ ଦେଖାଇଥିବା ପରାକ୍ରମକୁ ଭବିଷ୍ୟତରେ ପ୍ରତିହତ କରିବା ପାଇଁ ଏହି ବ୍ରିଜ ନିର୍ମାଣ କରାଯାଉଛି। ଭାରତୀୟ ସେନା ୨୦୨୦ ଅଗଷ୍ଟ ୨୯ ଏବଂ ୩୦ ରାତିରେ ଏକ ସ୍ବତନ୍ତ୍ର ଅଭିଯାନ କରି ପୋଙ୍ଗାଙ୍ଗ ସୋର ଦକ୍ଷିଣ କୂଳରେ ଥିବା ଉଚ୍ଚ ପାହାଡକୁ କବ୍ଜା କରି ନେଇଥିଲା।

ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖୁର୍ନାକୁ ରୁଦୋକ ପର୍ଯ୍ୟନ୍ତ ଏହି ବ୍ରିଜ ନିର୍ମାଣ କରାଯାଉଛି। ଏହା ସବୁଠାରୁ ସନ୍ତସନ୍ତିଆ ଅଞ୍ଚଳ। ଚୀନ୍ ସେନାର ଇଞ୍ଜିନିୟରମାନେ ବ୍ରିଜ ପାର୍ଟ୍ସକୁ ପ୍ରସ୍ତୁତ କରିସାରିଛନ୍ତି। ଧାର୍ଯ୍ୟ ସ୍ଥାନକୁ ଆଣିବା ପରେ ଏହାକୁ ଯୋଡ଼ାଯିବ। ପୋଙ୍ଗାଙ୍ଗ ହ୍ରଦ ୧୩୫ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହାର କିଛି ଅଂଶ ଲଦାଖରେ ତ ଆଉ କିଛି ତିବ୍ବତରେ ରହିଛି। ୨୦୨୦ ମେ’ରୁ ଏହି ଅଞ୍ଚଳକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଅଞ୍ଚଳରେ ଚୀନ୍ କିଛି ସଡ଼କ ମଧ୍ୟ ନିର୍ମାଣ କରିଛି। ସୈନିକ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରିବାରେ ଏହା ସହାୟକ ହେବ। ଅଗଷ୍ଟରେ ଏଠାରେ ପହଞ୍ଚିବାକୁ ଚୀନ୍ ସେନାକୁ ଦୁଇ ଦିନ ଲାଗିଥିଲା। ସେମାନେ ପୂର୍ବ ଭୁଲ୍ରୁ ଶିକ୍ଷା ଗ୍ରହଣ କରି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତେଜନା ସମୟରେ ମଧ୍ୟ ଚୀନ୍ ସଡ଼କ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା। ଏହା ସହିତ ଭାରତୀୟ ସେନା ଉପରେ ନଜର ରଖିବା ପାଇଁ ପାହାଡ ଉପରେ ଉନ୍ନତ ମାନର ଯନ୍ତ୍ରାଶଂ ଲଗାଇଥିଲା। ଗତ ବର୍ଷ ଫେବୃଆରୀ ମାସରେ ହ୍ରଦର ଦକ୍ଷିଣ ଭାଗରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ। ୨୦୨୧ ମଧ୍ୟ ଭାଗ ପର୍ଯ୍ୟନ୍ତ ସଡ଼କ ସମ୍ବନ୍ଧୀତ ଅନେକ କାର୍ଯ୍ୟକୁ ଚୀନ୍ ଶେଷ କରିଦେଇଥିଲା। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସଡ଼କ ନିର୍ମାଣ, ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରିଥିଲା। ଭାରତ ମଧ୍ୟ ଏଠାରେ ନୂଆ ସଡ଼କ, ସୁଡଙ୍ଗ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ବନାଇଛି।

Leave A Reply

Your email address will not be published.