ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜସ୍ଥାନରେ ଲୋମ ହର୍ଷଣ ଘଟଣା: ନାବାଳିକାକୁ ହତ୍ଯା ପରେ ବଳାତ୍କାର, ସମ୍ପୂର୍ଣ୍ଣ ଶରୀର କ୍ଷତବିକ୍ଷତ

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। ତିନି ଜଣ ବ୍ଯକ୍ତି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ସେମାନେ ଉକ୍ତ ନାବାଳିକାର ଗଳା କାଟି ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଉକ୍ତ ନାବାଳିକାର ବ୍ୟକ୍ତିଗତ ଅଂଶରେ ୩୦ରୁ ଅଧିକ ଆଘାତ ଲାଗିଛି। ସମ୍ପୂର୍ଣ୍ଣ ଶରୀରେ କ୍ଷତବିକ୍ଷତ ଚିହ୍ନ ରହିଛି।

ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପୂର୍ବରୁ ନାବାଳିକାକୁ ଓଢଣୀରେ ବାନ୍ଧି ରଖିଥିଲେ। ବୁନ୍ଦୀ ଏସପି ଜୟ ଯାଦବ କହିଛନ୍ତି: “ମୁଁ ମୋ ଜୀବନରେ ଏପରି ଭୟଙ୍କର ଘଟଣା କେବେ ଦେଖି ନାହିଁ। ବୁନ୍ଦୀ ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ”

Leave A Reply

Your email address will not be published.