ନିଆରା ନେତ ପରମ୍ପରା

ପୁରୀ: ପୁରୀ ସେବାୟତ ପରିବାରର ନେତ ପରମ୍ପରା ଏକ ବିଶେଷ ପର୍ବ। ଶାରଦୀୟ ପୂଜା ଅବସରରେ ସେବାୟତ ଘରର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ଭଲ ବରପ୍ରାପ୍ତି ପାଇଁ ହରପାର୍ବତୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କୁନି କୁନି କନ୍ୟାମାନେ ରବିବାର ମାର୍କଣ୍ତ ପୁଷ୍କରଣୀଠାରେ ନେତ ବେଶରେ ଆସି ପୂଜାର୍ଚ୍ଚନା କରିଛନ୍ତି। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ। ଏହି ୨୧ଦିନର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି। ଏହି ପାରମ୍ପରିକ ବେଶରେ ମାର୍କଣ୍ତ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି। ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବ ପାଳନ କରାଯାଏ।