ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁଟେରାଙ୍କ ବାଟ ଓଗାଳିଲା ବାଉଁଶ ପୋଲ, ଦାମୀ କାର୍ ଛାଡି ୫ରୁ ଅଧିକ ଡକାୟତ ଫେରାର

ଉଦଳା: ଆନ୍ତଃରାଜ୍ୟ ଲୁଟେରାଙ୍କ ବାଟ ଓଗାଳିଲା ବାଉଁଶପୋଲ। ଦାମୀ କାରରେ ଆସି ପୋଲ ଉପରେ କାର ଛାଡି ଫେରାର ହୋଇଗଲେ ୫ରୁ ଅଧିକ ଡକାୟତ। ଗାଡିରେ ରହିଛି ଗ୍ୟାସ କଟର, ସ୍ପ୍ରେ ଏବଂ ମାସ୍କ। । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ ।

ଖବର ଅନୁଯାୟୀ, ବୁଧବାର ରାତିରେ ସୋର ଥାନା ଅଞ୍ଚଳର ୨ ଗୋଟି ଏଟିଏମରୁ ଲୁଟ ହୋଇଥିଲା। ଏହି ଆନ୍ତଃରାଜ୍ୟ ଲୁଟେରାମାନେ ସେଠାରୁ ଲୁଟ୍ କରି ଖସି ଆସିଥିବା ସନ୍ଦେହ କରାଯାଉଛି। ବାଟ ଭୁଲି ବାଉଁଶ ପୋଲ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ଗାଡି ପାର ନହେବାରୁ ଗାଡି ଛାଡି ୫ରୁ ଅଧିକ ଲୁଟେରା ଖସି ଯାଇଛନ୍ତି।  ପୁଲିସ  ଗାଡିକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଲୁଟେରାମାନେ ପୁଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଣ୍ଟଣ୍ଟା ପୁଲିସ ଗାଡିକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.