ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଫେରିଲା କରୋନା କଟକଣା: ରାଜଧାନୀରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ। ଧୀରେ ଧୀରେ ରାଜ୍ୟରେ ବଢୁଛି ମହାମାରୀ କରୋନା ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ପ୍ରତିଦିନ ଶହେ ପାର କରୁଛି। ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରିଛି ବିଏମ୍‌ସି । ସଂକ୍ରମଣ ଦିନକୁ ଦିନକୁ ବଢିବାରୁ କଟକଣା ବଢଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ସହ ଦୁଇମିଟର ସାମାଜିକ ଦୂରତା ରକ୍ଷା କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କଟକଣା ନ ମାନିଲେ ଦୃଢ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.