ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡ଼ିଜେଏମ୍‌ଙ୍କ ମୃତ୍ୟୁ

ରାଇରଙ୍ଗପୁର/ଯଶିପୁର: ରାଇରଙ୍ଗପୁର ଏସ୍‌ଡ଼ିଜେଏମ୍‌ ସ୍ମରଣିକା ପ୍ରଧାନ(୩୩)ଙ୍କର ଆଜି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ସ୍ୱାମୀ ବିଶ୍ୱଜିତ୍‌ ଜେନାଙ୍କ ସହିତ ହ୍ୟୁଣ୍ଡାଇ କ୍ରେଟା କାର୍‌ (ଓଡ଼ି୦୨ବିଡ଼ି୫୮୭୭) ଯୋଗେ ରାଇରଙ୍ଗପୁରରୁ କରଞ୍ଜିଆ ଦେଇ ଚିଲିକା ଅଭିମୂଖେ ଯାଉଥିବା ବେଳେ ସେମାନଙ୍କ କାରଟି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲା । ତାଙ୍କର କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ରହିଥିବା ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟରେ ବାଡେ଼ଇ ହୋଇ ଓଲଟି ପଡ଼ିଥିଲା । ସେତେବେଳେ ବର୍ଷା ହେଉଥିବା ଯୋଗୁଁ ସେହି ବାଟ ଦେଇ ଯାଉଥିବା ଲୋକଙ୍କର ଗାଡ଼ି ଉପରେ ନଜର ପଡ଼ିଥିଲେ ମଧ୍ୟ ଉଦ୍ଧାର କରିବାକୁ ଆସି ନ ଥିଲେ । ପ୍ରାୟ ଘଣ୍ଟେ କାଳ ସ୍ମରଣିକା ଗାଡ଼ି ତଳେ ଚାପି ହୋଇ ରହିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ସ୍ମରଣିକା ଦୀର୍ଘ ଦେଢ଼ ବର୍ଷ ହେବ କରଞ୍ଜିଆ ଏସ୍‌ଡ଼ିଜେଏମ୍‌ କୋର୍ଟରେ କାର୍ଯ୍ୟରତ ଥିଲେ । ତାଙ୍କରି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରଚାରିତ ସହକର୍ମୀମହଲରେ ଗଭୀର ଶୋକ ଖେଳିଯାଇଛି ।

Leave A Reply

Your email address will not be published.