ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନୀଷ ଅନୁରାଗ ମୃତ୍ୟୁ ମାମଲା: ପୁଲିସ କମିଶନରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକ

ଭୁବନେଶ୍ୱର: ମନୀଷ ଅନୁରାଗ ହତ୍ୟା ମାମଲାରେ ବଡ଼ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି  ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କ ସ୍ଥାନରେ ଚନ୍ଦକା ଥାନା ଝଓ ଶୁଭ୍ରାଂଶୁ ଜେନାଙ୍କୁ ତମାଣ୍ଡୋ ଥାନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ମାମଲାରେ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ୱିତ କରାଯିବ ସହ ଅଟକ ରଖାଯାଇଛି । ‘ସାଉଥ ସିଟି’ର ବାର ଲିଜରେ ନେଇ ଚଳାଉଥିଲେ ପ୍ରସନ୍ନ । ବିନା ଲାଇସେନ୍ସରେ ବାର ଚାଲିଥିଲା । ବାରରେ ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି । ପ୍ରସନ୍ନ ବେହେରାଙ୍କ ସହ ହୋଟେଲ ମାଲିକ ମଧ୍ୟ ଅଟକ ରଖାଯାଇଛି ।

ବିଳମ୍ବିତ ରାତି ଯାଏଁ କର୍ଫ୍ୟୁ ନିୟମ ଉଲ୍ଲଘଂନ କରି ବାର ଓ ଡ୍ୟାନ୍ସ ବାର ଚଳାଇବା ଅଭିଯୋଗ ଆସିଥିଲା ପ୍ରସନ୍ନଙ୍କ ବିରୋଧରେ। ପ୍ରସନ୍ନ ସାଉଥ ସିଟି ବାର୍ ଲିଜରେ ନେଇ ବିନା ଲାଇସେନ୍ସରେ ଚଳାଉଥିଲେ । ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.