ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୫ ହଜାର ଟଙ୍କାରେ ନକଲି OSSTET ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ବୋର୍ଡ କର୍ମଚାରୀଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ

କଟକ : କଟକ: ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ । ସୁଇପର ସୁପର ଭାଇଜର ଭ୍ରମରବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ। କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରିଥିଲେ । ଭ୍ରମରବର ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSTEET ସାର୍ଟିଫିକେଟ ବିକ୍ରି କରିଥିଲେ ।ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଅବଗତ କରାଇ ଥିଲେ ।

ପରେ ବୋର୍ଡ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲା। ତେବେ ଏହି ଘଟଣା ନେଇ ପୁଲିସ ତଦନ୍ତ କରି ଭ୍ରମର ବରଙ୍କୁ ଗିରଫ କରିଛି। ଏନେଇ ବୋର୍ଡ ସଭାପତି ରାମାସିସ ହାଜେରା କହିଛନ୍ତି, ” ନକଲି ସାର୍ଟିଫିକେଟ ସମ୍ପର୍କରେ ଆମେ ଜାଣିନାହୁଁ । ଏନେଇ ବୋର୍ଡର କୌଣସି ସମ୍ପୃକ୍ତି ନାହିଁ । ପୁଲିସ ତାର ତଦନ୍ତ କରୁଛି ।” ଏହିଭଳି ଅନେକଙ୍କୁ ନକଲି ସାର୍ଟିଫିକେଟ ଦେଇଥିବା ପୁଲିସ ସନ୍ଦେହ କରୁଛି । ଗିରଫ କର୍ମଚାରୀଙ୍କୁ ବୋର୍ଡ କାର୍ଯ୍ୟାଳୟରେ ପଚରାଉଚରା କରୁଛି ପୁଲିସ । ଏହି ଘଟଣାରେ ଅନ୍ୟ କେହି ସାମିଲ ଥିବା ନେଇ ପୁଲିସ ଖୋଳତାଡ଼ କରୁଛି ।

Leave A Reply

Your email address will not be published.