ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଇତାନ ସାଜିଲା ପୁଅ : ପରିବାରର ୪ ଜଣଙ୍କୁ ଛୁରୀ ଭୁଶି ନିର୍ମମ ଭାବେ କଲା ହତ୍ୟା

ନୂଆଦିଲ୍ଲୀ : ସମ୍ପର୍କରେ ଲାଗିଲା ରକ୍ତର ଛିଟା । ନିଜ ପରିବାରର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଖୋଦ୍ ପୁଅ । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଭିଆଇଛି ଏହି ଜଘନ୍ୟ କାଣ୍ଡ । ଜାତୀୟ ଗଣାମଧ୍ୟମର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯୁବକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଦୁଇ ଜଣଙ୍କ ମୃତଦେହ ରୁମ୍‌ରେ ପଡ଼ିଥିବାର ଫଟୋ ସାମ୍ନାକୁ ଆସିଛି । ସେହିପରି ଅନ୍ୟଜଣେ ଭଉଣୀ ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା ପରେ ପାଲମ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ପୁଲିସର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ସାଢେ ୧୦ଟା ସମୟରେ ଏହି ମର୍ଡର ହୋଇଛି । ଗିରଫ ଅଭିଯୁକ୍ତର ନାଁ ହେଲା କେଶବ। ପୁଲିସ ମୁତାବକ, ତା ବୟସ ୨୫ ବର୍ଷ ଓ ସେ ଜଣେ ନିଶାଖୋର୍ ବ୍ୟକ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ କେଶବ ନିକଟ ଅତୀତରେ ଏକ ‘ଡ୍ରଗ୍‌ସ୍ ଆଡିକ୍ସନ୍ ସେଣ୍ଟର୍‌’ରୁ ଘରକୁ ଆସିଥିଲା। ତେବେ କୌଣସି ଏକ କାରଣକୁ ନେଇ ଅଭିଯୁକ୍ତ ଯୁବକ ନିଜ ପରିବାର ସଦସ୍ୟଙ୍କ ଉପରେ ଅସନ୍ତୁଷ୍ଟ ଥିଲା । ଯାହାକୁ ନେଇ ଘରର ୪ଜଣଙ୍କୁ ଛୁରି ଭୁସି ହତ୍ୟା କରିଛି । ତେବେ କେଉଁ କାରଣରୁ ଯୁବକ ଜଣକ ମାର୍ଡର ପ୍ଲାନ୍ ରଚିଥିଲା ଏନେଇ କୌଣସି ସୂଚନା ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.