ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରାହ୍ନ ୪ଟା ୩୦ରେ ବଡ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ. ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି ବେଳେ ୮୦୦୦ରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ରାଜ୍ୟରେ ସଂକ୍ରମଣ ବିପଦ ଦିନକୁ ଦିନ ବଢୁଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ଓ ବ୍ୟବସାୟୀକ ପ୍ରତିଷ୍ଠାନ ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ।

କିଛି ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସ୍ତିତିକୁ ନଜର ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.