ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ରେଭ୍ ପାର୍ଟି; ପୁଲିସର ଚଢ଼ାଉ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ରେଭ୍ ପାର୍ଟି । ରାତି ଅଧ ପର୍ଯ୍ୟନ୍ତ ନିଶା ସାଙ୍ଗରେ ଜମୁଥିଲା ରଙ୍ଗୀନ୍ ଆସର । ମଦ ନିଶାରେ ଚୁର୍‌ ଥିଲେ ଅନେକ ଯୁବକ ଯୁବତୀ । ନିୟମକୁ ଖୋଲାଖୋଲି ଉଲ୍ଲଂଘନ ନେଇ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ଅତର୍କିତ ଚଢାଉ କରିଥିଲା । ଚଢାଉରେ ୨ ଜଣଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

ସୂଚନା ଅନୁସାରେ, ଭୁବନେଶ୍ୱରର ଚନ୍ଦକା ମେଣ୍ଢାଶାଳ ସ୍ଥିତ ଏକ ଘରୋଇ ରିସର୍ଟରେ ବିଳମ୍ବିତ ରାତି ଯାଏଁ ଚାଲୁଥିଲା ପାର୍ଟି । ନିଶା ସେବନ କରି ପାର୍ଟି ଚାଲୁଥିବା ନେଇ ଖବର ପାଇବା ପରେ ହଠାତ ଚନ୍ଦକା ପୋଲିସ ଚଢାଉ କରିଥିଲା । ବିନା ଅନୁମତିରେ ବିଳମ୍ବିତ ରାତି ଯାଏ ଏହି ପାର୍ଟି ଚାଲିଥିବା ନେଇ ସୂଚନା ମିଳିଛି । ଆଉ ଏହି ଘଟଣାରେ ରିସର୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ରିସୋର୍ଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି ।

Leave A Reply

Your email address will not be published.