ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେଆର୍‌କେଙ୍କ ଟାର୍ଗେଟ୍‌ରେ ଅଜୟ; କହିଲେ, ବିନାଶ କାଳେ ବିପରୀତ ବୁଦ୍ଧି

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କଗଡ୍‌’ ନିକଟରେ ରିଲିଜ୍‌ ହୋଇଛି। ଏଥିରେ ନାୟିକା ଭାବେ ଦେଖାଯାଇଛନ୍ତି ରକୁଲ୍‌ ପ୍ରୀତ୍‌ ସିଂହ। ଏହି ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଫିଲ୍ମକୁ ନେଇ ଅନେକ ଦିନରୁ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଥିଲା। ଅଜୟ ଚିତ୍ରଗୁପ୍ତ ଭାବେ ଅଭିନୟ କରି ଲୋକଙ୍କ ମନକୁ ଆଘାତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ବିରୋଧ ପରେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା। ଅଜୟଙ୍କ ନାମ ଚିତ୍ରଗୁପ୍ତ ପରିବର୍ତ୍ତେ ସିଜି ଓ ଯମରାଜଙ୍କ ନାମ ବଦଳାଇ ୱାଇଡି ରଖାଯାଇଥିଲା। ଇତିମଧ୍ୟରେ ଜଣାଶୁଣା ଫିଲ୍ମ ସମୀକ୍ଷକ କେଆର୍‌କେ (କମଲ ରସିଦ୍‌ ଖାନ୍) ‘ଥ୍ୟାଙ୍କଗଡ୍‌’ ଓ ‘ଦୃଶ୍ୟମ୍‌-୨’କୁ ନେଇ ଅଜୟଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସେ ଏହି ଫିଲ୍ମ ଦୁଇଟିକୁ ନେଇ ଅନେକ ଟ୍ବିଟ୍‌ କରିଛନ୍ତି । ଅଜୟଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍‌ କରି ସେ ଲେଖିଛନ୍ତି-‘ବିନାଶ କାଳେ ବିପରୀତ ବୁଦ୍ଧି। ‘ଥ୍ୟାଙ୍କଗଡ୍‌’ର ବୁକିଂ ଏବେ ଉପଲବ୍ଧ ଥିଲେ ସୁଦ୍ଧା ଲୋକେ ଟିକଟ କିଣୁନାହାନ୍ତି, ଅଜୟ ଭାବୁଛନ୍ତି ଆସନ୍ତା ମାସ ରିଲିଜ୍‌ ହେବାକୁ ଥିବା ‘ଦୃଶ୍ୟମ୍-୨’ର ଟିକଟ ଲୋକେ ଆଜିଠୁ କିଣିନେବେ।’ ଏଠାରେ ପ୍ରକାଶ ଥାଉ କି, ‘ଦୃଶ୍ୟମ୍-୨’ ପାଇଁ ଏବେ ଅଗ୍ରିମ ବୁକିଂ ଚାଲିଛି। ଏଥିରେ ଅଭିନୟ କରୁଥିବା କଳାକାରମାନେ ମଧ୍ୟ ଏହାର ପ୍ରମୋସନ୍‌ରେ ବ୍ୟସ୍ତ। ଏହା ବଲିଉଡ୍‌ ଫିଲ୍ମ ‘ଦୃଶ୍ୟମ୍’ର ସିକ୍ବେଲ୍‌।

Leave A Reply

Your email address will not be published.