ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୭–୧୦–୨୦୨୨)

ମେଷ: ଆରାମରେ ଦିନ କଟାଇବେ । କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଦାୟିତ୍ବ ପାଇବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ପ୍ରଗତିର ପଥ ସାଜିବ।

ବୃଷ: ଦିନଟିରେ ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାର ଆଶାକୁ ପୂର୍ଣ୍ଣ କରିବେ। ସହକର୍ମୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, କିନ୍ତୁ ବୁଦ୍ଧି ଖଟାଇ ପରିସ୍ଥିତୁକୁ ସାମ୍ନା କରିବେ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ପ୍ରିୟଜନଙ୍କୁ ନିଜ ମନ କଥା ବୁଝାଇ ନପାରନ୍ତି। କର୍ମକ୍ଷେତ୍ରରେ ଅଧିକ ସମୟ କଟାଇବେ। ନୂତନ ନିବେଶରୁ ଲାଭ ପାଇବେ।

କର୍କଟ: ଜୀବନରେ ନୂତନ ପରିବର୍ତ୍ତନ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ । ଦୂର ସମ୍ପର୍କୀୟଙ୍କ ପାଇଁ ଲାଭବାନ୍‌ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ା ପାଇଁ ବିଦେଶ ଯାଇପାରନ୍ତି। ପରିବାରରେ ଭୁଲ ବୁଝାମଣା ଦେଖା ଦେଇପାରେ। ନୂତନ ବୈଦୁତିକଯନ୍ତ୍ର କ୍ରୟ କରିପାରନ୍ତି।

କନ୍ୟା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀମାନେ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଉଚିତ। ସାଙ୍ଗସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ।

ତୁଳା: ଏକୁଟିଆ ସମୟ କଟାଇବାକୁ ଭଲ ପାଇବେ। ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଲୋଡ଼ିବେ। ମାନସିକ ଅଶାନ୍ତିରେ ରହିପାରନ୍ତି। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି।

ବିଛା: ନିଜ ବ୍ୟବହାର ପାଇଁ ପ୍ରଶଂସିତ ହୋଇପାରନ୍ତି। ନୂତନ ଗୃହ କ୍ରୟ କରିବାର ଯୋଗ ରହିଛି। ବ୍ୟବସାୟରେ ବିଶେଷ ଲାଭ ହୋଇପାରେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି।

ଧନୁ: ଅନାବଶ୍ୟକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ କରି ଚିନ୍ତାରେ ରହିପାରନ୍ତି। କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।

ମକର: ଦିନଟିରେ ଦେହ ଓ ମନ ଭଲ ରହିବ। ଅର୍ଥର ଅଭାବ ପରିଲକ୍ଷିତ ହୋଇପାରେ। ଆଜି ଆପଣ ଅପ୍ରତ୍ୟାଶିତ ଲାଭ ପାଇବେ। ସକାରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରିବେ।

କୁମ୍ଭ: ଅନ୍ୟରକଥା ଶୁଣି ନିଜ ଲୋକଙ୍କ ପ୍ରତି ଭୁଲ ଧାରଣା ସୃଷ୍ଟି ହୋଇପାରେ। ଧାରଉଧାର କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଅଜଣା ବ୍ୟକ୍ତିଙ୍କଠାରୁ ସର୍ତକ ରୁହନ୍ତୁ।

ମୀନ: ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବାକୁ ଲାଗିବ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟ ସୁଚାରୁ ରୂପେ ସମାପନା କରିବେ। ବ୍ୟବସାୟରେ ଲାଭବାନ ହେବେ।

Leave A Reply

Your email address will not be published.