ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଧୂପ ଦେବାର କ’ଣ ସବୁ ରହିଛି ସଠିକ୍‌ ନିୟମ ଓ ଲାଭ

ହିନ୍ଦୁ ଧର୍ମରେ ପୂଜାପାଠ ଏକ ନିତିଦିନିଆ ପ୍ରଥା। ଧୂପ, ଦୀପ ବିନା ପୂଜାର୍ଚ୍ଚନାକୁ ଅଧୁରା ବୋଲି କୁହାଯାଏ। ପ୍ରତିଦିନ ଠାକୁରଙ୍କୁ ଧୂପ ଦେବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି କୁହାଯାଏ। ତେବେ ବିଭିନ୍ନ ପ୍ରକାର ଧୂପ ବିଭିନ୍ନ ସମସ୍ୟା ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଧୂପ ଦେବାର କ’ଣ ସବୁ ନିୟମ ରହିଛି।

-ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ଦେବା ଉଚିତ। ଯଦି ଏହା ସମ୍ଭବ ନ ହେଉଛି, ତେବେ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ନିଶ୍ଚୟ ଦିଅନ୍ତୁ।

-ଧୂପ ଦେବା ପୂର୍ବରୁ ଘରକୁ ସଫା କରନ୍ତୁ। ଏହାପରେ ନିଜେ ସ୍ନାନ ସାରି ଧୂପ ଦିଅନ୍ତୁ।

-ସବୁବେଳେ ଧୂପଦାନିକୁ ଐଶାନ୍ୟ କୋଣରେ ରଖି ଧୂପ ଦିଅନ୍ତୁ ଏବଂ ରଖିବା ସମୟରେ ଈଶ୍ବରଙ୍କୁ କୃପାଭିକ୍ଷା କରନ୍ତୁ।

-ଘରେ ଝୁଣା ଧୂପ ଦେଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

-ଘରେ ବାସ୍ତୁଦୋଷ ଥିଲେ, ସପ୍ତାହରେ ଗୋଟିଏ କିମ୍ବା ଦୁଇଥର ନିମ୍ବପତ୍ରର ଧୂପ ଜଳାଇବା ଉଚିତ। ଏହାଦ୍ବାରା ସ୍ବାସ୍ଥ୍ୟ ହାନିକାରକ ଜୀବାଣୁ ନଷ୍ଟ ହେବା ସହ ବାସ୍ତୁଦୋଷ ଦୂର ହୋଇଥାଏ।

-ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଅଶ୍ବତଥ ଗଛର ପୂଜା କରି ଧୂପ ଓ ଦୀପ ଦିଅନ୍ତୁ। ଏହି ଉପାୟ ଦ୍ବାରା ଧନ ଓ ସମୃଦ୍ଧିର ମାର୍ଗ ଖୋଲିବା ସହ ଶନିଗ୍ରହ ଦୋଷ କଟିଥାଏ।

Leave A Reply

Your email address will not be published.