ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍‌, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଛାତ୍ରଙ୍କ ବେକରୁ କଢ଼ାଗଲା ଭାଜେଲିନ । ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଦୀର୍ଘ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ଜାଭେଲିନ ବାହାର କରାଯାଇଛି । ଏବେ ଛାତ୍ର ଜଣଙ୍କ ସୁସ୍ଥ ଅଛନ୍ତି । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଛାତ୍ରଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍। ସ୍ବତନ୍ତ୍ର ୮ଜଣିଆ ଡାକ୍ତରୀ ଟିମ୍‌ଙ୍କ ଅପରେସନ ପରେ ସୁସ୍ଥ ଅଛନ୍ତି ସଦାନନ୍ଦ ।

ଅନ୍ୟପଟେ ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଛାତ୍ରର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଦାନନ୍ଦର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବା ବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ଜାଭେଲିନ୍‌ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.